#Breaking News #District

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତ କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ


ଫୁଲବାଣୀ ( ସୁନୀଲ ପଟନାୟକ)
ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କୋ କୋର୍ଟ ର ବିଚାରପତି ସଞ୍ଜିତ୍ କୁମାର ବେହେରା ଅଭିଯୁକ୍ତ ବିଜୟ ଦିଗାଲ୍ ଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଓ କୋଡ଼ିଏ ହଜାର ଟଙ୍କା ଜୋରିମାନା, ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ୍ ଛ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ମାନ୍ୟବର ବିଚାରପତି
ସୂଚନା ମୁତାବକ 08.10.2021 ତାରିଖରେ ମାନସିକ ହରାଇଥିବା ନା ବାଳିକା ନିଜ ଘର ବାରିପଟେ ଥିଲେ l ନାବାଳିକା ର ବାପା ମା ବିଲକୁ ଯାଇଥିଲେ ଫଳରେ ଏକୁଟିଆ ର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଡ଼ାକିନେଇ ତାଙ୍କ ଘରେ ଦୁଷ୍କର୍ମ କରିଥିଲେ l ନାବାଳିକା ଜଣଙ୍କ ପାଟି କରିବାରୁ ସେଇ ଗ୍ରାମର ଦୁଇ ଯୁବକ ଅଭିଯୁକ୍ତ ବୀଜୟ ଙ୍କ ଘ ରୁ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ ଲ ତେବେ ଅଭିଯୁକ୍ତ ବିଜୟ ସେଇ ସ୍ଥାନରେ ପଲାଇ ଥିଲେ l ନିଜ ଘର କୁ ଫେରିବା ପରେ ଝିଅ ବାପା ମା ଙ୍କୁ ସବୁ କଥା ଜଣାଇଥିଲା l ଏ ସଂକ୍ରାନ୍ତ ରେ ନୁଆଗାଁ ଥାନାରେ ଏକ ଅଭିଯୋଗ କରିଥିଲେ ପରିବାର ଲୋକେ l ନୂଆ ଗାଁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ l ଆଜି ବାର ଜଣ ସାକ୍ଷୀ ପ୍ରମାଣ ଏବଂ ମେଡିକାଲ ରିପୋର୍ଟ କୁ ଭିତ୍ତିକରି ରାୟ ଶୁଣାଇଛନ୍ତି ମାନ୍ୟବର ପୋସ୍କୋ କୋର୍ଟ ଏବଂ ପୀଡିତାଙ୍କୁ 7 ଲକ୍ଷ୍ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଥିବା କଥା
ଅସିମ (ସରକାରୀ ଆଇନ ଜିବି)ଅସୀମ ପ୍ରହରାଜ କହିଛନ୍ତି l

Leave a comment

Your email address will not be published. Required fields are marked *