#Breaking News #District

ବିଦ୍ୟୁତ ଟ୍ରାନ୍ସଫରମର ପୁନଃ ସ୍ଥାପନ ଦାବିରେ ମହିଳା ଙ୍କ ରସ୍ତା ରୋକ


ଫୁଲବାଣୀ (ସୁନୀଲ ପଟନାୟକ)

ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ସୋମବାର ରାଜ ରାସ୍ତାକୁ ଓହ୍ଲାଇଲେ ମହିଳା I ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲ lପଡା ପଞ୍ଚାୟତ ର ଗୁରୁପଡା ଗାଁ ରେ I
ସୂଚନା ଯୋଗ୍ୟ ଯେ, ଏହି ଗୁରୁପଡା ଗାଁ ର ବରସାହି ରେ ବିଦ୍ୟୁତ ବିଭାଗ ତରଫରୁ ଲଗାଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ଦେଢ଼ ବର୍ଷ ହେବ ପୋଡି ଯାଇଥିବା ବେଳେ ବାରମ୍ବାର ଅଭଯୋଗ ପରେ ମଧ୍ୟ ନୂତନ ଟ୍ରାନ୍ସଫରମର ବିଭାଗ ପକ୍ଷରୁ ଏଯାଏ ଲଗାଯାଇନାହିଁ I ଯାହା ଫଳରେ ଏହି ଗାଁ ର ପ୍ରାୟ 42 ଟି ପରିବାର ଦେଢ଼ ବର୍ଷ ହେଲା ଅନ୍ଧାରରେ ରହି ଆସୁଛନ୍ତି I ଏଣୁ, ଆଜି ବାଧ୍ୟ ହୋଇ ଏହି ଗୁରୁପଡା ବରାସାହିର ଶତାଧିକ ମହିଳା ଫିରିଙ୍ଗିଆ ମାସରୀପଡା ନୂଆପଦର ମୁଖ୍ୟ ରାସ୍ତାର ଗୁରୁପଡା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି I ଯାହା ଫଳରେ ଏହି ରାସ୍ତାରେ ଗାଡି ମଟର ଚଳାଚଳ ଠପ ହୋଇଯାଇଥିବା ବେଳେ ଯାତାୟାତ ମଧ୍ୟ ଠପ ହୋଇଯାଇଛି I ଟ୍ରାନଫରମର ନ ଲଗିବା ଯାଏ ରାସ୍ତାରୋକ ହଟିବ ନାହିଁ ବୋଲି କହି ଛନ୍ତି ଆନ୍ଦୋଳନ କାରି ମହିଳା ମନେ l ଏଣୁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *