#Uncategorized

ବରଗଡ଼ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ


ବରଗଡ଼:- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଙ୍କ ଅଧ୍ୟକ୍ଷତାରେ କରିଥିଲେ

। ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ଓଡ଼ିଶାର ପ୍ରଗତି ରେ ବିଜୁ ବାବୁ ଙ୍କ ଅବଦାନ ଅତୁଳନୀୟ ଅଟେ ବୋଲି କହିଥିଲେ। ପ୍ରାରମ୍ଭରେ ଅତିଥି ମାନେ ବିଜୁବାବୁଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ।

Leave a comment

Your email address will not be published. Required fields are marked *