#Uncategorized

ବାଲିଗୁଡା:ସିଆରଏଫ ଦ୍ୱାରା ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଆୟୋଜିତ


ବାଲିଗୁଡା,(ଉଲାପ୍ର): ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଆଇଜିପି ଓଡିଶା ବିଭାଗ ସିଆରପିଏଫଙ୍କ ଦ୍ୱାରା ଦିଶା ନିର୍ଦେଶରେ କନ୍ଧମାଳ ଜିଲ୍ଲା ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଙ୍କ ନେତୃତ୍ୱରେ ରବିବାର ଗୋଛାପଡା ଥାନା ବାଲାନ୍ଦାପଡା, ଲଇସିଙ୍ଗ, ବୁରୁଡିଗୁଡା, ଭାଟିମୁଣ୍ଡା, ଗଦଇପଦର, ବୋପଗାଁ ର ଗ୍ରାମବାସୀ ମାନଙ୍କୁ ନେଇ ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା l କାରଣ ହେଉଛି

ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ I ଆଜିକାର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳ ବାସିଙ୍କୁ ବୁଝାଇଥିଲେ I ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ l ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଛାପଡା ଥାନାର ନକ୍ସଲ ପ୍ରବଣ ଅଞ୍ଚଳର ସମସ୍ତ ଗ୍ରାମବାସୀ ମାନେ ଉପକୃତ ହୋଇ ପାରିବେ l ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ l l

Leave a comment

Your email address will not be published. Required fields are marked *