#Breaking News #Uncategorized

ଗରୀବଙ୍କୁ ରାସନ ବଣ୍ଟନ କଲେ କନ୍ଧମାଳ ଓୟୁଜେ ପ୍ରତିନିଧି


ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘେ।ଷଣା କରିଛନ୍ତି ।
ଫଳରେ ଗରୀବ ଲୋକମାନଙ୍କ ଜୀବନଜିବିକା ପ୍ରଭାବୀତ ହୋଇଛି ଫଳରେ ଏହାକୁ ଦୃଷ୍ଟିରେ ରଖିଓ ୟୂଜେ କନ୍ଧମାଳ ଶାଖା ପକ୍ଷରୁ ଖଜୁରୀପଡ଼ା ବ୍ଳକର ଅପହଞ୍ଚ ଇଲାକା କୁନ୍ଦା , ଦାରେ ଜୁ,ମୁଣ୍ଡା ବାଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା୬୨ଜଣ ପରୀବାର କୁ ରାସନ ସାମଗ୍ରୀ ସମେତ ସାବୁନ , ମାସ୍କ, ସାନିଟାଇଜର ଆଦି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ
ଖଜୁରୀପଡ଼ା ତହସିଲଦାର ସ୍ଵପ୍ନିତ।ନା ଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଲୋକଙ୍କ ଏ ଭଳି ଦୁଃଖଦୁର୍ଦ୍ଦିନରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବିପଦରେ ପକାଇ 6ସମାନଙ୍କ ସମସ୍ୟା ଲୋକଲୋଚନକୁ ଆଣିବା ସହ କରୋନା ସଂପର୍କରେ ଲୋକଙ୍କୁସଚେତନତା କରିବା ସହ
ସେମାନଙ୍କ ଗ୍ରାମକୁ ଯାଇ ରାସନ ସାମଗ୍ରୀ ଯୋଗାଇ ଦେବାଭଳି ମହାନ କାର୍ଯ୍ୟ କରି ପ୍ରଶାସନକୁ ସହଯୋଗ କରିଥିବାରୁ ଗଣମାଧ୍ୟମ ସଂଗଠନକୁ ସାଧୁବାଦ ଜଣାଇଥିଲେ ତହସିଲଦାର । ଅନ୍ୟମାନଙ୍କ ମଧ୍ୟରେ ଖଜୁରୀପଡ଼ାଲ୍ୟାମ୍ପସ ଏମଡି କୃପାସିନ୍ଧୁ ସାହୁ, କୁନ୍ଦା ବିଦ୍ୟାଳୟର ଶିକ୍ଷକ ପ୍ରଭାତ ପ୍ରଧାନ, ସ୍ୱେ ଛାସେବୀ ସଂଗଠନର ପ୍ରମୋଦ ମଲ୍ଲିକ, ମିନାକ୍ଷୀ ସାହାଣୀ, ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଓୟୁଜେର ବଳଦେବ ବେହେରା, ଗୌରଚରଣ ବେହେରା, ଅନନ୍ତ ଡିଗଲ, ପ୍ରମୁଖ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ, I ଖଜୁରୀ ପଡ଼ା ବ୍ଳକ ଓ ୟୁଜେ ପ୍ରତିନିଧିଙ୍କ ଏଭଳି ମହାନ କାର୍ଯ୍ୟକୁ କନ୍ଧମାଳ ଜିଲ୍ଲା ଓ ୟୂଜେ ସଭାପତି ପ୍ରଶାନ୍ତ ବେହେରା ସାଧୁବାଦ ଜଣାଇଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *