#Uncategorized

୨୯ରେ ପଦ୍ମପୁରରେ କୃଷକ ଅଧିକାର ରାଲି ପାଇଁ ପ୍ରସ୍ତୁତି ବୈଠକ


ବରଗଡ଼(ଉଲାପ୍ର)
ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନ ରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ତ ରେ ମଣ୍ତି ମାନଙ୍କ ରେ ପଡି ରହିଥିବା ଧାନ ତୁରନ୍ତ ଉଠାଇବା,ଲେପ୍ସ ହୋଇ ଯାଇଥିବା ଚାଷୀଙ୍କ ଟୋକନକୁ ରିଜେନେରେଟ୍ କରିବା ,ମଣ୍ତିରେ ଚାଷୀ ଙ୍କ ଧାନ କୁ ୮୵ ୧୦ କେ:ଜି କଟନ୍ ଛଟନି ବନ୍ଦ କରିବା,ଚାଷୀଙ୍କୁ ବସ୍ତା,ସୁତୁଳି ଓ ପରିବହନ ଖର୍ଚ୍ଚ ଯୋଗାଇ ଦେବା,” ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ” ପାଇଁ ଓଡିଶା ର ଯୋଗ୍ଯ ଚାଷୀ ମାନଙ୍କ ନାମ ତାଲିକା କେନ୍ଦ୍ର କୁ ପଠାଇବା ଆଦି ଦାବି କୁ ନେଇ ପଦ୍ମପୁରରେ କୃଷକ ଅଧିକାର ରେଲୀ ର ଆୟୋଜନ କରାଯାଇଛି । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଚାଷୀ ସାମିଲ ହେବା ପାଇଁ ବିଜେପି ଆହ୍ବାନ ଦେଇଛି । ଏହି ପ୍ରସ୍ତୁତି ବୈଠକ ରେ ବିଜେପି ର ବରିଷ୍ଠ ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ ସାମଲ,ବଳରାମ ସାହୁ, ମଣ୍ତଳ ସଭାପତି ସର୍ବଶ୍ରୀ କୈଲାସ ଦିଶ୍ରୀ,ସଂଜୟ ବେହେରା,ହରେକୃଷ୍ଣ ପଟେଲ,ଭୀଷ୍ମଦେବ ସାହୁ,ମିଳନ ପାଣ୍ତେ,ମୈତୀ ପ୍ରଧାନ ଓ ସକ୍ରିୟ କାର୍ଯ୍ୟକର୍ତ୍ତା ଶ୍ରୀ ଯୋଗିରାମ ଭୋଇ,ନିତ୍ଯାନନ୍ଦ ହୋତା,ରାଜେନ୍ଦ୍ର ସେଠ,ସତ୍ଯ ନାରାୟଣ ବେହେରା,ଡା ଲମ୍ବୋଦର ପଣ୍ତା ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଦିଲ୍ଲୀ ରେ ଜାନୁଆରୀ ୨୬ ତାରିଖ ଦିନ କୃଷକ ମାନଙ୍କ ନାମରେ ଜାତୀୟ ପତାକା କୁ ଅସମ୍ମାନ ପ୍ରଦର୍ଶନ ଓ ଯେଉଁ ତାଣ୍ତବ ରଚାଗଲା ତାକୁ ଦୃଢ ନିନ୍ଦା କରାଯାଇଥିଲା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *