#Breaking News #Uncategorized

ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦୟନାଥ ରଥ ବିୟୋଗରେ ଶୋକ ପ୍ରକାଶ।

ନରସିଂହପୁର (ଉ ଲା ପ୍ର)
ନରସିଂହପୁର ଜେମାଦେଇପୁର ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦୟନାଥ ରଥ ଆଜି ଅପରାହ୍ନରେ ଜେମାଦେଇପୁର ବିୟୋଗ ହୋଇଯାଇଛି। ତାଙ୍କ ବିୟୋଗରେ ବିକଚ ସାହିତ୍ୟ ସଂସଦ ର ସଭାପତି କବି ଦୁର୍ଯ୍ଯୋଧନ ବରାଳ, ବିକାଶ ପରିଷ ର ସଭାପତି ତ୍ରିଲୋଚନ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ, ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ବରିଷ୍ଠ ନାଗରିକ ସଂଘ ର କାର୍ଯୟକାରୀ ସଭାପତି ପ୍ରଭାକର ମିଶ୍ର, ସମ୍ବାଦ ସାହିତ୍ୟ ଘର ସମ୍ପାଦକ କଳିଙ୍ଗ କେଶରୀ ପ୍ରଧାନ ନରସିଂହପୁର ଯୁବ ପରିଷଦର ସମ୍ପାଦକ ସୁବ୍ରତ କୁମାର ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଉଦୟନାଥ ରଥ ଦୀର୍ଘ ବର୍ଷ ଧରି ଜେଲ ସୁପରିଟଣ୍ଡେଣ୍ଟ ରୁ ଅବସର ନେଇଥିଲେ। ଜଣେ ଶିଶୁ ସାହିତ୍ୟିକ ଭାବେ ସେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ରୁ ଶତାଧିକ ପ୍ରସଂଶା ପତ୍ର ପାଇଛନ୍ତି ଓ ଅନେକ ପୁସ୍ତକ ରଚନା କରିଥିଲେ।

Leave a comment

Your email address will not be published. Required fields are marked *