#Breaking News

ଯୋଜନା ଯୋଜନ ଦୁରରେ ପୋଲ ନିର୍ମାଣହେଉନି, ନିଜେ କାଠପକାଇ ଯା ଆସ କରୁଛନ୍ତି ଲୋକେ


ଫୁଲବାଣୀ-୧୬/୮(ସୁନୀଲପଟନାୟକ)

ବିକାଶ ଓ ଯୋଜନା କୁ ନେଇଡ଼ଣ୍ଡିମ ପିଟୁଛନ୍ତି ସରକାର କିନ୍ତୁ ସବୁ ଯୋଜନା ଯେମିତି ଧୁଆଁ ବାଣ । କନ୍ଧମାଳଜିଲ୍ଲାରେ ଏଭଳି ଅନେକ ଗାଁ ରହିଛି । ଯେଉଁ ସବୁ ଗାଁଯୋଜନା ଠାରୁ ଯୋଜନ ଦୁରରେ ରହିଛି ଆଉ ବିକାଶ କହିଲେ କିଛି ନାହିଁ।
ଦାରିଙ୍ଗବାଡି ବ୍ଳକର, ସୋନପୁର ପଞ୍ଚାୟତର କୁଟିକାରୀ କୁ ଦେଖିଲେ ଜାଣିହେବ । ନା ଗାଁକୁ ଭଲ ରାସ୍ତା ଟିଏ ଅଛି ନା ପିଇବା ଲାଗି ସ୍ୱଛ ପାନୀୟ ଜଳର ବ୍ୟବସ୍ଥା ଅଛି ।
ସତେଯେମିତି ଆଜିଯାଏ ଗାଁରେ ପଡିନି ବିକାଶର ପାଦଚିହ୍ନ ।
ଗାଁକୁ ଯିବା ଲାଗି କଲଭର୍ଟ ବାପୋଲଟି ଏ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁହାରି କଲେ ବି ଶୁଣିଲାନି ପ୍ରଶାସନ। ଫଳରେ ଲୋକେ ବାଧ୍ୟହୋଇ ନିଜେ କାଠରେ ପୋଲ ନିର୍ମାଣ କରି ଯାଆସ କରୁଛନ୍ତି ।
କଲଭର୍ଟ ପାଇଁ ଟଙ୍କା ମଞ୍ଜୁର ହୋଇ ଥିଲେ ବି ହୋଇପାରୁନି ନିର୍ମାଣ କାର୍ଯ୍ୟ।
ଯୋଜନା ନାରେ ଅର୍ଥ ବି ହରିଲୁଟ ହେଉଛି ।
ହେଲେ ଗ୍ରାମବାସୀଙ୍କ ସମସ୍ୟା ସୁଧୁରିବାର ନାଁ ନେଉନି ।
ସମସ୍ୟା ଘେରରେ ଏବେ ବାରିଙ୍ଗବାଡି ବ୍ଲକ ର ସୋନପୁର ପଞ୍ଚାୟତର କୁଟି ମାହା ଗ୍ରାମ । ହେଲେ ନାହିଁ ନାହିଁ ରେ ଅଟକିଛି ଗାଁର ବିକାଶ । ସମସ୍ତ ମୌକିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, Iପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରକଥା ନ କହିବା ଭଲ।ସ୍ଥାୟୀ ରାସ୍ତାଟିଏ ନାହିଁ କି ପାନୀୟ ଜଳ ସୁବିଧା ନାହିଁ। ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ବେଳେ ଖଟିଆ ନ ହେଲେ କାନ୍ଧ ଭରସା ବୋଲି ଗ୍ରାମର ପ୍ରିୟଙ୍କା ପ୍ରଧାନ କହିଛନ୍ତି ।
ନିଜେ ପରିଶ୍ରମ କରି କାଠ ପକା ଇ ପୋଲ କରିଯା ଆସ କରୁଛୁ ବୋଲି ଗ୍ରାମର ଅକ୍ଷୟ ପ୍ରଧାନ କହିଛନ୍ତି । କଷ୍ଟେମଷ୍ଟେ ବାଇକ ସିନା ଯାଇପାରୁଛି ହେଲେ ଅଟେ । କିମ୍ବା ଆମୂଲାନ୍ସ କାର,ଯାଇପାରୁନି ଏହି କାଠପୋଲ ଉପରେ । ଗ୍ରାମକୁରାସ୍ତା ନିର୍ମାଣ କରିବାର ଦାୟିତ୍ଵ ସିନା ଭୁଲିଯାଇଛନ୍ତି ସରକାର।
ମୌଳିକ ସୁବିଧାରୁ ବଞ୍ଚିତ ଏହି ନି ରିହ ଆଦିବାସୀଙ୍କୁ ଭଲ ରାସ୍ତା ସହିତ କଲଭର୍ଟ କାମ ସାରିବାକୁ ଦାବୀ ହେଉଛି । ହେଲେ ଏନେଇ ସରପଞ୍ଚ କେଶବ ସେ ନମୁଠା ମାଝିଙ୍କୁ ପଚାରିବାରେ ଗ୍ରାମବାସୀ କଲଭର୍ଟ କାର୍ଯ୍ୟ ନିଜେ ଭଲରେ କରିବେ ବୋଲି କହୁଛନ୍ତି ହେଲେ କରୁନାହାନ୍ତି କି କାହାରିକୁ କରିବାଲାଗି ଛାଡ଼ୁନା ହିଁ ।ନ୍ତି। ତଥାପି ବର୍ଷ ପରେ ଦଶହରା ବେଳକୁ କାମ ଆରମ୍ଭ କରାଯିବ ବୋଲି ସରପଞ୍ଚ ମୁଠା ମାଝି କହିଛନ୍ତି ।
ପ୍ରଶାସନର କୋପଦୃଷ୍ଟିରୁ କୃଟି ମାହା ଗ୍ରାମବାସୀଙ୍କୁ କେବେ ମିଳୁଛି ମୁକ୍ତି ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *