#Breaking News

ଆଗାମୀ ମାର୍ଚ୍ଚ ୪ତାରିଖରେ ଫୁଲବାଣୀ ସ୍ୱଛାସେବୀ ମହାସଂଘର ନିର୍ବାଚନ ପାଇଁ ନିଷ୍ପତ୍ତି


ଫୁଲବାଣୀ 25/1(ସୁନୀଲ ପଟନାୟକ )
ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିର କାର୍ଯ୍ୟକାରୀ କମିଟିର ନିର୍ବାଚନ ଆସନ୍ତା ମାର୍ଚ୍ଚ ୪ତାରିଖରେ ହେବାକୁ ସାଧାରଣ ପରିଷଦ ବୈଠକ ରେ ନିଷ୍ପତ୍ତି ନିଆଯାଇଛି।କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ୫୩ଟି ସ୍ୱଛାସେବୀ ଅନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଏହାର ସଦସ୍ୟ ଅଛନ୍ତି। ସେଥି ମଧ୍ୟରୁ ୧୦ଟି ସଂସ୍ଥା ଦୀର୍ଘ ଦିନ ଧରି ଯୋଗ ଦେଉ ନଥିବା ଜଣାପଡିଛି।ପିଏଜି ହେଉଛି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଏକ ପଞିକୃତ ମହାସଂଘ।। ପିଏଜିର ଚଳିତ କମିଟିର ଅବଧି ଅତିକ୍ରାନ୍ତ ହୋଇ ସାରିଥିବାରୁ ଉପବିଧି ଅନୁସାରେ ବୈଧସଭ୍ୟ ତାଲିକା ଚୁଡାନ୍ତ କରି ନିର୍ବାଚନ ହେବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପିଏଜି ର ଉପବିଧି ଅନୁସାରେ କାର୍ଯ୍ୟକାରି କମିଟିରେ କୌଣସି ସଦସ୍ୟ ଲଗାତର ଭାବେ ଦୁଇ ଥରରୁ ଅଧିକ ଥର ରହିବା ବ୍ୟବସ୍ଥା ରଖାଯାଇ ନାହିଁ।ତେଣୁ ପ୍ରତ୍ୟେକ ସଭ୍ୟ ଅନୁଷ୍ଠାନ ମହାସଂଘ ପରିଚାଳନାର ଦାୟିତ୍ୱ ନେବାକୁ ସୁଯୋଗ ସୃଷ୍ଟି ହେବ।ଏହା ଓଡ଼ିଶାର ଏକମାତ୍ର ସର୍ବ ପୁରାତନ ଅନୁଷ୍ଠାନ ଭାବେ ପରିଚିତ ।୧୯୮୪ମସିହାରେ ଜିଲାର ସାତଟି ଅନୁଷ୍ଠାନ ନିଜ ମଧ୍ୟରେ ଭାଇଚାରା ପ୍ରତିଷ୍ଠା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଜିଲାର ବିକାଶରେ ଉତ୍ସର୍ଗୀକୃତ କାର୍ଯ୍ୟକରିବାକୁ ଗଠନ କରାଯାଇଥିଲା।ପ୍ରତିଷ୍ଠାତା ସଭ୍ୟ ହିସାବରେ ନୀପଡିତ, ଜାଗୃତି,ବନବାସୀ ସେବାସମିତି, ପ୍ରଦତ୍ତ,ଘୁମୁସର ମହିଳା ସଂଗଠନ, ଜନ ବିକାଶ ଓ ପଲ୍ଲୀଶ୍ରୀ ମିଳିତ ଭାବେ ଫୁଲବାଣୀ ଆକ୍ସନ ଗ୍ରପ (ପିଏଜି)ନାମରେ ଗଠନ କରିଥିଲେ।

Leave a comment

Your email address will not be published. Required fields are marked *