#Breaking News

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ

କଟକ(ଉଲାପ୍ର)ଅଭିନେତା ଅନୁଭବଙ୍କ ଦାଦାଗିରି ଧିରେ ଧିରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି । ପ୍ରଥମ ଖେଳିଲେ ଓଡିଆର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ । ତାପରେ ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ “ଝିଲି” ଓ “ବିଜୟିନୀ”ର ମୁଖ୍ୟ କଳାକାର । ଆଉ ଏଥର ଚିର ପରିଚିତ ଓଡିଶା ବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜି । ନିଜର ସୁପରହିଟ୍ ଫିଲ୍ମ ଓ ଗୀତରେ ଓଡିଶା ଦର୍ଶକଙ୍କ ମନ ମୋହିଛନ୍ତି ରଚନା । “ରାଧା ନାଚିବ ନାଚିବ” ସହ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଗୀତର ତାଳେ ତାଳେ ନାଚିବା ସହ ଓଡିଶାବାସୀଙ୍କ ଭଲ ପାଇବା ଏବେ ବି ସେ ମନେ ରଖୁଛନ୍ତି ବୋଲି ଭାବବିହ୍ଵଳ ହୋଇ କହିଥିଲେ ରଚନା

। ରଚନା ବାନାର୍ଜି ଓଡିଶା ଚଳଚ୍ଚିତ୍ର ଜଗତରେ ଚଳଚ୍ଚିତ୍ର”ସାଗର ଗଙ୍ଗା” ଫିଲ୍ମ ମାଧ୍ୟମରେ ଡେବ୍ୟୁ କରି ୪୦ରୁ ଅଧିକ ସିନେମାରେ ଅଭିନୟ କରି ଓଡିଶାରେ ତାଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଥିଲେ । ଅଭିନେତ୍ରୀ ରଚନା ଅଭିନେତା ଅନୁଭବଙ୍କ ସହ ଚଳଚ୍ଚିତ୍ର “କର୍ତ୍ତବ୍ୟ”, ‘ନାୟକ ନୁହେଁ ଖଳନାୟକ” ରେ ମଧ୍ୟ ଅଭିନୟ କରିଛନ୍ତି । ଜୀ ସାର୍ଥକର ମେଗା ରିୟାଲିଟି ଗେମ୍ ସୋ ଦାଦାଗିରି ସେଟ୍ ରେ ଅଭିନେତ୍ରୀ ରଚନା ଓଡିଶା ବାସୀଙ୍କ ଭଲ ପାଇବା, କଳା ସଂସ୍କୃତିକୁ ଭୁୟିଅସି ପ୍ରଶଂସା ସହ ଅଭିନୟ କ୍ୟାରିୟରରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ନୃତ୍ୟ ସହ ଓଡିଆ ଚଳଚ୍ଚିତ୍ରର ସଂଳାପ ଓ ଅଭିନୟ “ଦାଦାଗିରି”ର ସ୍ବତନ୍ତ୍ର ଅଧ୍ୟାୟର ମୁଖ୍ୟ ଆକର୍ଷଣ ସହ ଅଧ୍ୟାୟ ଟି ଦର୍ଶକ ମାନଙ୍କ ହୃଦୟ ଛୁଇଁବ ବୋଲି ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରଏ ଚୌଧୁରୀ ଜଣାଇଛନ୍ତି । ଏହି ସ୍ବତନ୍ତ୍ର ଅଧ୍ୟାୟ ଆସନ୍ତା ଶନିବାର ୨୯ ଜାନୁଆରୀ ରାତି ୯ଟାରେ ଦର୍ଶକ ମାନେ ଦେଖିପାରିବେ । ଏଥିସହ ଜୀ ସାର୍ଥକ ର ମେଗା ଧାରାବାହିକ “ତୋ ପାଇଁ ମୁଁ ମୋ ପାଇଁ ତୁ” ର କଳାକାର ଙ୍କୁ ନେଇ ସ୍ବତନ୍ତ୍ର ଅଧ୍ୟାୟ ଜାନୁଆରୀ ୩୦ ରବିବାର ରାତି ୯ଟାରେ ପ୍ରସାରଣ କରାଯିବ ବୋଲି ଜୀସାର୍ଥକ ପକ୍ଷରୁ ପ୍ରକାଶ। ସବୁଠାରୁ ନିଆରା ହେବ ଦାଦାଗିରିର ଏଇ ଦୁଇଟି ସ୍ବତନ୍ତ୍ର ଅଧ୍ୟାୟ ।

Leave a comment

Your email address will not be published. Required fields are marked *