#Breaking News

ମାଓବାଦୀ ଙ୍କ ଲାଣ୍ଡ ମାଇନ ବିସ୍ଫୋରଣ ରେ ଜଣଙ୍କ ମୃତ୍ଯୁ ସୂଚନା


ଫୁଲବାଣୀ (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଂଚାୟତ କିଆମୁଣ୍ଡା ନିକଟରେ ମାଓବାଦି ଖଞ୍ଜି ଥିବା ଲ୍ୟାଣମାଇନ ବିସ୍ପୋରଣ ରେ ଜଣେ ୨୨ ବର୍ଷୀୟ ଯୁବକ ଙ୍କ ମୃତ୍ୟୁ ସୂଚନା. ଯୁବକ ଜାଣଙ୍କ କିଆମୁଣ୍ଡା ଗାଁ ର ପିଙ୍କୁ କହଁର ବୋଲି ସୂଚନା ମିକିଛି. l
ଗତକାଲି ମଙ୍ଗଳବାର ଏହି କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା କା ମ କୁ ବିରୋଧ କରି ସମ୍ପୃକ୍ତ ଠିକା ସଂସ୍ଥା ର ଦୁଇଟି ଜେସିବି ପୋଡିଦେଇବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ଜାଗାରେ ଲ୍ୟଣ୍ଡମାଇଣ୍ଡ ଖଞ୍ଜି ଥିଲେ. ତବେ କିଆମୁଣ୍ଡା ଗାର ମୃତ ଯୁବକ ଜଣକ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଲ୍ୟଣ୍ଡମାଇଣ୍ଡ ସଂସ୍ପର୍ଶ ରେ ଆସିବାରୁଲାଣ୍ଡ ମାଇନ ବୋମା ଟି ଫୁଟି ଯାଇଥିଲା,. ଫାଳରେ ଯୁବକ ଜଣକ ଙ୍କ ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ତେବେ ଘଟଣା ସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପୋଲିସ ଅଧିକାରୀ ପହଂଚି ନଥିବା ଜଣାପଡିଛି. ଅନ୍ୟପଟେ ଗତ କାଲି ଘଟଣା ସ୍ଥଳରେ ପୋଲିସ ସହ ସନ୍ଧନୀ କୁକୁର ଦଳ ଯାଇ ଗୋଟିଏ ବୋମାକୁ ଫୁଟାଇଥିବା ବେଳେ ଆଉ ଗୋଟିଏ ବୋମା କୁ ନିଷ୍କ୍ରିୟ କରିଥିଲେ. l
ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଭାୟର ବାତାବରଣ ଦେଖିବାକୁ ମିଳି ଛି.l

Leave a comment

Your email address will not be published. Required fields are marked *