#Exclusive

ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ଦାବୀରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ,ଛାତ୍ରଛାତ୍ରୀ

ବ୍ରାହ୍ମଣୀଗାଁ (୦୫/୦୨/୨୦୨୦) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ସରକାରୀ ହାଇସ୍କଲରେ ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ପ୍ରଦାନ ଦାବୀରେ ବୁଧବାର ଦିନ ଅଞ୍ଚଳବାସୀ ତାଲା ପାକାଇବା ସହ ଧାରଣାରେ ବସିଥିବା ବେଳେ ଏଥିରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ ବସିରହି ଶିକ୍ଷାଦାନ କରି ନପାରି ଫେରିଥିବା ଜଣାପଡିଛି। ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ଦେବା ଉଦ୍ଦେଶ୍ୟରେ କୋଟି କୋଟି ଅର୍ଥ ବ୍ୟୟରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଦୁର୍ଗମ ଅଞ୍ଚଳ ମାନଙ୍କରେ ସେହି ଯୋଜନା ଗୁଡିକ କାର୍ୟ୍ୟକାରୀ ହେଉନଥିବା ରୁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି।

Leave a comment

Your email address will not be published. Required fields are marked *