ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

admin | May 4, 2020 | 28 views |0 | Exclusive

ନୂଆଦିଲ୍ଲୀ : ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଏକ ବଡ଼ ନିଷ୍ପତି ନେଇଥିଲେ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ । ମେ ୧ତାରିଖରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଏ ନେଇ ଫେରନ୍ତାଙ୍କଠାରୁ ଟିକେଟ ପଇସା ନିଆଯିବ ବୋଲି କହିଥିଲା ରେଳ ମନ୍ତ୍ରାଳୟ | ଏବେ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି |“ଆମେ କେବଳ ସେହି ରାଜ୍ୟଗୁଡିକ ପାଇଁ ସ୍ୱତନ୍ତ୍ର ଟ୍ରେନକୁ ଅନୁମତି ଦେଇଛୁ, ଯେଉଁମାନେ ଏ ନେଇ ଅନୁରୋଧ କରିଥିଲେ। ଆମେ କଦାପି କହି ନାହୁଁ ଯେ ଆମେ କୌଣସି ଶ୍ରମିକଙ୍କଠାରୁ ଦେୟ ନେବାକୁ ଚାହୁଁଛୁ। ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି । ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମସ୍ତେ ଏହି ପ୍ରକ୍ରିୟାରେ ସହଯୋଗ କରୁଛନ୍ତି | ଏଣୁ ଶ୍ରମିକଙ୍କଠାରୁ ରେଳବାଇ ଭଡ଼ା ଆଦାୟ କରୁଥିବା ଖବର ଅମୂଳକ ବୋଲି ବୋଲି ସୋମବାର ଦୈନିକ କରୋନାଭାଇରସ୍ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 32 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories