#Uncategorized

କନ୍ଧମାଳ ସାଂସଦ ଙ୍କ ମାରାଥନ ଉଦଘାଟନ

ଫୁଲବାଣୀ(ସୁନୀଲପଟନାୟକ)
ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ରବିବାର କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଆୟୋଜିତ ବିଭୀନ କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ l
ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ସଂସଦ ଡଃ ସାମନ୍ତ ବ୍ଲକ cordinator ଏବଂ mp ନୋମିନି ମାନଙ୍କ ସହ ଏକ ବୈଠକ 6ର ଯୋଗ ଦେଇଥିଲେ ।
ପରେ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତ ଦାନ ଏକ ମହାନ କାର୍ଯ୍ୟ l ଏଣୁ ସମସ୍ତେ ଆଗ୍ରହ ର ସହକାରେ ଆଗେଇ ଆସି ସ୍ଵେଛା କୃତ ଭାବେ ରକ୍ତ ଦାନ କରି ଅନ୍ୟ ର ଜୀବନ ବଞ୍ଚାଇବା ଲାଗି ପରାମର୍ଶ ଦେଇଥିଲେ l


ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ କାଳିଆ କୁ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ ଘାଟନ କରିଥିଲେ
। ପରିଶେଷରେ ଗାନ୍ଧୀ ସ୍ମୃତିଭବନ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ସମିତି ସମ୍ମିଳନୀରେ ଯୋଗ ଦେଇ କରୋନା ମୁକାବିଲା ଦିଗରେ ଗ୍ରାମାଞ୍ଚଳ ରେ ଆଶା କର୍ମୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଥିବାରୁ ସେମାନଙ୍କ ମନ ବଳ ବଢାଇବା ସହ ତାଙ୍କର କାର୍ଯ୍ୟ କୁଭୁୟସୀ ପ୍ରସଂଶା କରିଥିଲେ l
ଭଲ କାମକରୁଥିବା ଆଶା କର୍ମୀ ଙ୍କୁ ପୁରସ୍କୃତ କରିଥିଲେ ସାଂସଦ l
ଆଦିବାସୀ ଅଧୁ ସିତ କନ୍ଧମାଳ ଜ଼ିଲା ରେ ବର୍ତମାନ ଅନେକାଂଶ ରେ ସ୍ୱାସ୍ଥ୍ୟ ଅବସ୍ତା ସୁଧୁରିଛି , ଆଗକୁସ୍ୱାସ୍ଥ୍ୟ ସେବା ର ଉନ୍ନତି ପାଇଁ ଆହୁରି ଅନେକ କାର୍ଯ୍ୟ କରାଯିବବୋଲି କହିଛନ୍ତି କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ l
ପରେ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚି ମୋ କଥା ଯୋଜନା କାର୍ଯ୍ୟ କ୍ରମ ର ଶୁଭ ଉଦ୍ ଘାଟନ କରିଥିଲେ l

Leave a comment

Your email address will not be published. Required fields are marked *