#Breaking News

ଢେଙ୍କାନାଳ ଜିଲା ଷଡଙ୍ଗୀ କ୍ଲସ୍ଟର ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ କ୍ଲଷ୍ଠର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ବରିଷ୍ଠ ଶିକ୍ଷକ ବିମଳ କିଶୋର ବିହାରୀ ଙ୍କ ଅଧ୍ୟକ୍ଷତାରେ ଆଜି ଅକ୍ଟୋବର ମାସ ଆଠ ତାରିଖ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅବସର ଗ୍ରହଣ କରିସାରିଥିବା ପ୍ରଧାନ ଶିକ୍ଷକ କ୍ରୁଷ୍ନଚନ୍ଦ୍ର ସାହୁ ଓ ବସନ୍ତ କୁମାର ଦାସ ଙ୍କୁ ଷଡ଼ଙ୍ଗୀ କ୍ଲଷ୍ଠର ତରଫରୁ ମାନପତ୍ର ଉପଢୌକନ ,ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ନେତା ଅକ୍ଷୟ କୁମାର ମିଶ୍ର, ସିଆରସିସି ଅର୍ଜୁନ ଚରଣ ସେଠୀ, ଶିକ୍ଷକ ଅନନ୍ତ ଚରଣ ଜେନା, ଅଜିତ କୁମାର ରାଉତ, ପ୍ରୁଥୀରାଜ ନାୟକ, ବିପିନି ବିହାରୀ ପ୍ରଧାନ, ସତେନ୍ଦ୍ର କୁମାର ସାହୁ, ଶିକ୍ଷୟିତ୍ରୀ ରୁନୁବାଳା ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷକ ବିଜୟ କୁମାର ବରାଳ, ଶିକ୍ଷୟିତ୍ରୀ ରୁନୁବାଳା ସାହୁ, ମଧୁମିତା ପ୍ରଧାନ, ସର୍ମିଷ୍ଠା ବେହେରା ସକ୍ରୀୟ ସହଯୋଗ କରିଥିଲେ। ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *