#Uncategorized

ଡିଜିଟାଲ ପ୍ଲାଟଫର୍ମ ରେ ଉଦୟଲାବଣ୍ୟ ଚାନେଲ ଆଉ ପାଦେ ଆଗକୁ,ଲୋକାର୍ପିତ ହେଲା ଆମ ଓଡ଼ିଶା ଏଣ୍ଟର ଟେନମେଣ୍ଟ ଚାନେଲ


ଆଠଗଡ, ଡିଜିଟାଲ ପ୍ଲାଟଫର୍ମ ରେ ଉଦୟଲାବଣ୍ୟ ୱେବ ଚାନେଲ ଆଉ ପାଦେ ଆଗକୁ ବଢିଛି,ପବିତ୍ର ଗଣେଶ ପୂଜା ଅବସରରେ ଆମ ଓଡ଼ିଶା ଏଣ୍ଟରଟେନମେଣ୍ଟ ଚାନେଲ ଲୋକାର୍ପିତ ହୋଇଛି ଆଠଗଡ଼ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥଙ୍କ କରକମଳ ରେ,ଏହାକୁ ଲୋକାର୍ପିତ କରିଛନ୍ତି ଆଠଗଡ ର ବରିଷ୍ଠ ନାଗରିକ,ଆଇନଜୀବୀ, ଗଡଜାତ ପରିକ୍ରମା ଓ ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ, ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ଙ୍କ ସଭାପତିତ୍ୱ ରେ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିରରେ ସାମାଜିକ ଦୂରତା ରକ୍ଷାକରି ଲୀଳାମୟ ଅଟ୍ଟାଳିଙ୍କ ଉପରେ ଏକ ପ୍ରାମାଣିକ ଚିତ୍ର ମଧ୍ୟ ଲୋକାର୍ପଣ କରାଯାଇଛି,ଉଦୟ ଲାବଣ୍ୟ ଚାନେଲର ସଫଳତା ପରେ ଡିଜିଟାଲ ପ୍ଲାଟଫର୍ମ ରେ ଦ୍ୱିତୀୟ ଚାନେଲ ଭାବେ ପରିଚିତ ଲାଭ କରିଛି ଆମ ଓଡ଼ିଶା ଏଣ୍ଟରଟେନମେଣ୍ଟ ଚାନେଲ,ଏହି ଚାନେଲର ମୂଳ ଉଦେଶ୍ୟ ହେଉଛି ସାହିତ୍ୟ,ସଂସ୍କୃତି, ଐତିହ୍ୟକୁ ଲୋକ ଲୋଚନକୁ ଆଣିବା,ଏହି ଅବସରରେ ଆଠଗଡ ର ବିଶିଷ୍ଟ ଲୋକମାନଙ୍କ ମଧ୍ୟରେ ଅଜୟ ଦାସ,ମାନସ ପଣ୍ଡା,ସଦାନନ୍ଦ ପଟ୍ଟନାୟକ,ଅଶୋକ କୁମାର ଦାସ,ବିଚିତ୍ରା ନନ୍ଦ ସେଠି,ଅମିନ ସେଠି, ସାମ୍ବାଦିକ ସୁଧୀରଞ୍ଜନ,ଦାଶ, ଅର୍ଧେନ୍ଦୁ ମହାନ୍ତି,ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉଦୟାଲାବନ୍ୟ ର ସମ୍ପାଦକ ଲଲାଟେନ୍ଦୁ ସେନାପତି,ଲୀଳାମୟ ଅଟ୍ଟାଳିଙ୍କ ଉପରେ ହୋଇଥିବା ପ୍ରାମାଣିକ ଚିତ୍ରରେ ସ୍ୱର ଦେଇଛନ୍ତି ଅନ୍ନଦାପ୍ରଭା ରାୟ, ଆଲେଖ୍ୟ,ଲଲାଟେନ୍ଦୁ ସେନାପତି ରହିଥିବା ବେଳେ ସମ୍ପାଦନା କରିଛନ୍ତି ଦେବାଶିଷ ସେନାପତି,ସଭା ଶେଷରେ ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *