#Breaking News

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଜାତୀୟସ୍ତରୀୟ ୱେବିନାର

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ “ୟୁନିଅନ ବଜେଟ-୨୦୨୨: ମେଜର ଆଲୋକେସନସ ଆଣ୍ଡ ଇଟସ ଇମ୍ପାକ୍ଟ ଅନ ଡିଫରେଣ୍ଟ ସେକ୍ଟରସ ” ଶୀର୍ଷକ ଏକ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇ ଯାଇଛି | ଏହି ସଭାରେ କଲେଜର ଅଧକ୍ଷ ରଂଜିତ କୁମାର ପ୍ରଧାନ ସଭାପତିତ୍ୱ କରି ଦେଶ ବିଦେଶରୁ ସଂଲଗ୍ନ ହୋଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ୱେବିନାରକୁ ଉଦଘାଟନ କରିଥିଲେ |ଆମନ୍ତ୍ରିତ ବକ୍ତାଭାବେ ପ୍ରଫେସର ମଳୟ କୁମାର ମହାନ୍ତି , ପ୍ରଫେସର ଅମ୍ବିକା ପ୍ରସାଦ ଦାସ , ପ୍ରଫେସର ସୁକାନ୍ତ କୁମାର ବରାଳ , ଡ. ଅମୀୟ କୁମାର ମହାପାତ୍ର ଏବଂ ଡ. ପ୍ରଦୀପ୍ତ କୁମାର ସାମନ୍ତ ପ୍ରମୁଖ ଯୋଗଦେଇ ବଜେଟ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ | ପ୍ରଥମ ଥର ପାଇଁ ବାଣିଜ୍ୟ ବିଭାଗର ବାର୍ଷିକ ପତ୍ରିକା ” ଦ କମର୍ସ ରିଭ୍ୟୁ ” ର ଉନ୍ମୋଚନ କରା ଯାଇଥିଲା | ସ୍ନାତକୋତର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼. ରଜନୀକାନ୍ତ ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଶ୍ରୀ ରାକେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a comment

Your email address will not be published. Required fields are marked *