#Breaking News

୧୨୭ ବାଟାଲିୟନ ଦ୍ୱାରା ବିରାତା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବିରତା ଦିବସ (ସୌଜ୍ୟ ଦିବସ )ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l ୧୯୬୫ ମସିହା ଏପ୍ରିଲ ମାସ ୯ ତାରିଖ ରେ ଗୁଜୁରାଟର କଚ୍ଛ ଜିଲ୍ଲାର ସର୍ଦାର ପୋଷ୍ଟରେ ସିଆରପିଏଫ ର ଦ୍ୱିତୀୟ ବାଟାଲିୟନର ଏକ ଛୋଟ ଦଳ ମୁତୟନ ଥିବା ବେଳେ ପାକିସ୍ତାନର ୩୫୦୦ ସୈନିକ ଥିବା ଏକ ବୃହତ ଦଳ ଆକ୍ରମଣ କରିଥିଲେ l ସିଆରପିଏଫ ଯବାନମାନେ ସେମାନଙ୍କୁ ମୁକାବିଲା କରିଥିଲେ l ଏଥିରେ ପାକିସ୍ତାନର ୩୪ ଯବାନ ନିହତ ହୋଇଥିବା ବେଳେ ୪ ଜଣ କୁ ଜୀବନ୍ତ କାବୁ କରାଯାଇଥିଲା l ଏଥିରେ ସିଆରପିଏଫ ର ୯ ଜଣ ଯବାନ ସହିଦ ହୋଇଥିଲେ l ସେହିଦିନ ଠାରୁ ଏହି ଦିବସକୁ ସିଆରପିଏଫ ବିରତା ଦିବସ ଭାବେ ପାଳନ କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ତାପରେ ସୈନିକ ସମ୍ମିଳନୀ କରାଯାଇଥିଲା l

Leave a comment

Your email address will not be published. Required fields are marked *