#Breaking News

ତୁମୁଡିବନ୍ଧଠାରେ ଯୁବ ବିଜେଡିର ସାନିଟାଇଜ କାର୍ଯ୍ୟକ୍ରମ


ଫୁଲବାଣୀ- (ସୁନୀଲ ପଟନାୟକ) କରୋନା ମହାମାରି ର ଦ୍ଵିତୀୟ ଲହର କୁ ଚେକ ଦେବାଲାଗି ଯୁବ ବିଜେଡି ଆଗେଇ ଆସିଛି ।
ଗୁରୁବାର ତୁମୁଡିବନ୍ଧ ଠାରେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁଙ୍କ ଦ୍ୱାରା ସାନିଟାଈଜେସନ କାର୍ଯ୍ୟକ୍ରମ ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହ୍ନର ଯୋଗଦେଇଥିଲେ। ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଯୁବ ନେତା ଅଶ୍ୱିନ ସାହୁ ଏବଂ ସଂଜୀବ ବରାଡ଼ଙ୍କ ଦ୍ୱାରା ତୁମୁଡିବନ୍ଧ ର ମୁଖ୍ୟ ରାସ୍ତାର ଦୁଇ ପଟ, ସମସ୍ତ ବ୍ୟବସ।ୟିକ ପ୍ରତିଷ୍ଠାନ, ମେଡିକାଲ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଏଟିଏମ ସାନିଟାଈଜେସନ କରାଯାଇଥିଲା। କନ୍ଧମାଳ ଜିଲାରେ ଲୋକଡାଉନ ସାମାନ୍ୟ କୋହଳ ହୋଇଥିବାରୁ ସକାଳ 6ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ପାଇଁ ସରକାର ପଦକ୍ଷପ ନେଇଛନ୍ତି ଏହି ପରିପକ୍ଷୀରେ କରୋନା ପ୍ରଭାବ କୁ ଦୂର କରିବା ପାଇଁ ସାନିଟାଈଜେସନ କାର୍ଯ୍ୟକ୍ରମ ଆୟୋଜିତ ହେବାସହ ତୁମୁଡିବନ୍ଧ ପଞ୍ଚାୟତର ୫ଟି ଗ୍ରାମରେ ସୁଖିଲା ଖାଦ୍ୟ ବଣ୍ଟନ କରାଯିବାସହ ଜନସାଧାରଣଙ୍କୁ ସଚେତନତା ମଧ୍ୟ କରାଯାଇଥିଲା


ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତା ରଖି କରୋନା ମହାମାରୀ ର ସମସ୍ତ ନିୟମାବଳୀ କୁ ମାନି ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ରାଜୀବ ପାତ୍ର, ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଟ, ବ୍ଲକ ଅଧକ୍ଷ ପ୍ରକାଶ ପାତ୍ର, ଜିଲ୍ଲାପରିଷଦ ମେମ୍ବର ବାସନ୍ତୀ ପାତ୍ର, ସରପଞ୍ଚ ମୟନ୍ତୀ ପାଟମାଝି, କିସ ବ୍ଲକ ସଂଯଜକ ଦୀପକ ପାରାସେଟ, ବିଜେଡି ପଂଚାୟତ ସଭାପତି ଜିସାୟ ମଣ୍ଡଳ,ଛାତ୍ର ସଭାପତି ଧର୍ମପଦନାୟକ , ଯୁବ ସଭାପତି ପିଣ୍ଟୁ ଚାନ୍ଦ, ଛାତ୍ର ନେତା ସୁନୀଲ ପାତ୍ର, ଏବଂ ବିଜେଡି ର ଅନ୍ୟ ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ. Iକରେ ନାମହାମାରି ସମୟରେ ଏଭଳି କାର୍ଯ୍ୟକ୍ରମ କୁ ନେଇ ସ୍ଥାନୀୟ ଜନ ସାଧାରଣ ଯୁବ ନେତା ଚିନ୍ମୟ ସାହୁ, ଅଶ୍ୱିନ ସାହୁ ଏବଂ ସଂଜୀବ ବରାଡ଼ଙ୍କୁ ବେଶ ପ୍ରଶଂସା କରିଛନ୍ତି.

Leave a comment

Your email address will not be published. Required fields are marked *