#Breaking News

ଆପ୍ ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ବରଗଡ଼ ଗସ୍ତ


ବରଗଡ଼: ଆପ୍ ରାଜ୍ୟ ସମ୍ପାଦକ ବିନୟ ତିଓ୍ବାରୀ ଆଜି ବରଗଡ଼ ଗସ୍ତ ଅବସର ରେ ସମାଜ ସେବୀ ପବିତ୍ର ଦେହେରି ତାଙ୍କ ସମର୍ଥକଙ୍କ ସହ ଆପ୍ ପରିବାର ରେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ଫ୍ରି ଭଳି ପ୍ରସଙ୍ଗ ରେ  ପ୍ରଭାବିତ ହୋଇ ଶ୍ରୀ  ଦେହେରି ପାର୍ଟି ରେ ଯୋଗ ଦେଇଛନ୍ତି । ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ଉପସ୍ଥିତି ରେ ଏହି ଯୋଗ ଦାନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ଗସ୍ତ ରେ ଆସି ଶ୍ରୀ ତିୱାରୀ ପାର୍ଟି ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏବଂ ଆଗାମୀ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।  ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲ ବିଷୟରେ ଆଲୋଚନା କରିବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଚର୍ଚ୍ଚା ହୋଇଥିଲା । ଜିଲ୍ଳା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସଂଗଠକ ପୌଲସ୍ତ୍ୟ ସାହା, ମହିଳା ନେତ୍ରୀ ମରିୟମ ବାର୍ଳା, ଉଜ୍ଜ୍ୱଳ ସେଠ, ସଞ୍ଜୟ ପତି, ଅଲିମ ରିଜବି, ମମତା ବେହେରା, ଅସିତ ସାହୁ ଉପସ୍ଥିତ ଥିଲେ । ନୂଆ ସଭ୍ୟ ମାନଙ୍କ ମଧ୍ୟରେ ଅତାବିରା ରୁ ପ୍ରକାଶ ହରିପାଲ, ଇସଲାମ ମହମ୍ମଦ, ବିଶ୍ୱାସ କୌଶଳ, ସୁବାଷ ଚନ୍ଦ୍ର ନାଗ, ସୁରସେନ ଯୋଜୋ, ଶିଳାସ ଲୁଗୁନ, ଫୁଲଜେନ କେର୍କେଟା, ମୁନା ଦେହେରି, ଅଭୟ ସାମଲ ରହି ଥିଲେ ।

Leave a comment

Your email address will not be published. Required fields are marked *