#Exclusive

କୋହଳ ହେଲା କଟକଣା: ପୂର୍ବପରି ଏହିସବୁ ପୁଣି ଚାଲିବ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍‌ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟସରକାର କଟକଣା ଉଠାଇଛନ୍ତି।

ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉଥିବା ବିଗ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ପେଡ୍, ଓପଲଫେଡ୍, ଚିଲିକା ଫ୍ରେଶ, ସ୍ପେନ ସରସକୁ ହୋମ୍ ଡେଲିଭରି ଦେବାକୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ରାସ୍ତା କଡ଼ରେ ଢାବା ଓ ଗ୍ୟାରେଜ୍‌ ଉପରେ ମଧ୍ୟ କଟକଣା ଉଠାଇଥିଲେ ସରକାର।

ତେବେ ଗତକାଲି ପୁଣି ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୩ କରୋନା ପଜିଟିଭ୍ ହୋଇଛନ୍ତି।

Leave a comment

Your email address will not be published. Required fields are marked *