#Vastu & Astrology

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୦୭ ତାରିଖ ୨୦୨୦ ମସିହା(ଶନିବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
କାର୍ତ୍ତିକ-କୃଷ୍ଣପକ୍ଷ
ତିଥତିଥି- ଷଷ୍ଠୀ ପ୍ରାତଃ ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ପୁନର୍ବସୁ ଦିବା ଘ ୦୮/୩୧ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର- କର୍କଟ
ଯୋଗ-ସାଧ୍ୟ
କରଣ-ବାଣିଜ୍ୟ
ସୌରମାସ -ତୁଳା ୨୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୧୯
✧═════•❁❀❁•═════✧
ଯୋଗିନୀ ପଶ୍ଚିମେ ପ୍ରାତଃ ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ
ବୃଷ,ସିଂହ,କନ୍ୟା ରାଶିର ଘାତ ବାର
ସପ୍ତମୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ
✧═════•❁❀❁•═════✧
କାଳବେଳା -ଦିବା ଘ୦୭/୨୦ ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୦୭ ମଧ୍ୟେ
ବାରବେଳା – ଦିବା ଘ୧୨/୫୦ ଗତେ ଘ୦୨/୧୬ ମଧ୍ୟେ
✧═════•❁❀❁•═════✧
ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୨୭ଗତେ ଘ ୧୨/୪୯ ମଧ୍ୟେ ଓ ଘ୦୨/୧୭ଗତେ ଘ୦୩/୩୯ ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୦୭/୨୧ ଗତେ ଘ୮/୪୬ମଧ୍ୟେ ଓ ସନ୍ଧ୍ୟା ଘ୦୬/୪୨ ଗତେ ଘ୦୮/୨୦ ମଧ୍ୟେ
✧═════•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
🌹ମେଷ🌹👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════✧
🌹ବୃଷ🌹👉: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════✧
🌹ମିଥୁନ🌹👉: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════✧
🌹କର୍କଟ🌹👉: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════✧
🌹ସି˚ହ🌹👉: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════✧
🌹କନ୍ୟା🌹👉: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════✧
🌹ତୁଳା 🌹 👉: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════✧
🌹ବିଛା🌹👉: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
✧═════•❁❀❁•═════✧
🌹ଧନୁ🌹👉: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════✧
🌹ମକର🌹👉: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════✧
🌹କୁମ୍ଭ🌹👉: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
✧═════•❁❀❁•═════✧
🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
✧═════•❁❀❁•═════✧

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *