#Breaking News

ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗସ୍ତ, ମାଓବାଦୀ ଏବଂ ଗଞ୍ଜେଇ ଚାଷ ରମୂଳତ୍ପାଟନ କରିବାକୁ ନିର୍ଦ୍ଦେଶ


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ହେଲିକ।ପ୍ଟରଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କନ୍ଧମାଳ ଜିଲ୍ଲାର ମାଓ ସମସ୍ୟା ଏବଂ ଗଞ୍ଜେଇ ଚାଷ ମୂଳତ୍ପାଟନ ନେଇଁ ସମୀକ୍ଷା କରିଛନ୍ତି !DG ଙ୍କ ସହିତ IG ଅପେରସନ ଅମିତାଭ ଠାକୁର, IG Head quarter ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ଏହି ଗସ୍ତରେ ଆସିଥିବା ବେଳେ ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ଆଇଜିସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳର ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ !ବିଶେଷ କରି କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କୁ କିପରିଦମନ କର। ଯିବ ସେ ନେଇ ପୋଲିସ ପ୍ରୟାସ ଜାରି ରଖିଥିବା ଡିଜିପି
ଅଭୟ କହିଛନ୍ତି ।
ଏଭଳି ସ୍ଥଳେ ମାଓବାଦୀ ମାନେ ଆତ୍ମ ସମର୍ପଣ କରି ବିକାଶ ପଥରେ ସାମିଲ ହୁଅନ୍ତୁ ବୋଲି କହିବା ସହିତ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଜିଲ୍ଲା ପୋଲିସ ବହୁତ ଭଲ କାମ କରିଛନ୍ତି ବୋଲି ଡିଜିପି ଅଭୟକହିଥିଲେ, I

Leave a comment

Your email address will not be published. Required fields are marked *