#Exclusive

ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟିରେ ଚାଉଳ ମୁଠାଏ ଲେଖା ନେଇ ପୂଜା କଲେ ‘ମା’ ଙ୍କୁ

ଆଠଗଡ,(ଉଲାପ୍ର) : ଆଜି ହେଉଛି ଚୈତ୍ରମାସର ଶେଷ ମଙ୍ଗଳବାର, ମା ମାନେ ପିଲା ମାନଙ୍କର ଶୁଭ ମନାସି ଗାଧୋଇ ସାରି ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟି ରେ ଚାଉଳ ମୁଠାଏ ଲେଖା ନେଇଥାନ୍ତି, ସେହି ଚାଉଳକୁ କୌଣସି ଯୋଗୀକୁ ପ୍ରଦାନ କରାଯିବ ନଚେତ ପାଣିରେ ଭସାଇ ଦିଆଯାଇଥାଏ,

ଉଦୁଉଦିଆ ଖରାବେଳେ ମା ମାନେ ପୂଜା କରିଛନ୍ତି ଚୈତ୍ର ମଙ୍ଗଳବାର ର୍ ଶେଷ ଓଷା,ତା ସାଙ୍ଗକୁ ପନ୍ଥେଇ ଓଷା ସମ୍ପନ ହୋଇଛି,ଓଡ଼ିଶାରେ ବାରମାସରେ ତେର ଓଷା ମଧ୍ୟରୁ ଚୈତ୍ର ମଙ୍ଗଳବାର ଓ ପନ୍ଥେଇ ଓଷା ର୍ ମହାନତା ରହିଛି,

ମା ମାନେ ଗୋଟିଏ ଜାଗାରେ ଏକାଠି ହୋଇଥାନ୍ତି,ସେଠାରେ ପନ୍ଥେଇ ଠାକୁରାଣୀଙ୍କ ପାଇଁ ପଣା ପାଣି, ଭୋଗ ସବୁ ରଖାଯାଇଥାଏ,ଯେଉଁ ମହିଳା ଏହି ଓଷା କରିଥାନ୍ତି ସେହି ମହିଳା ହଳଦୀ ପାଣିରେ ସମସ୍ତଙ୍କ ଗୋଡ଼ ଧୋଇଦେବା ପରେ ନିଜ ପଣତକା ନିରେ ଗୋଡ଼ ପୋଛି ଦେଇଥାନ୍ତି,

ଏହି ପରମ୍ପରା କାହିଁ କେଉଁ ପ୍ରାଚୀନ ସମୟର,ହେଲେ ଏହି ପରମ୍ପରା ଆଜି ବି ଚାଲିଆସୁଛି,ବର୍ତ୍ତମାନ କରୋନା ସମସ୍ତଙ୍କୁ ଭୟଭିତ କରି ରଖିଥିବା ବେଳେ ମହିଳା ମାନେ କରୋନା ଦାଉରୁ ସଂସାରକୁ ରକ୍ଷା କରିବା ପାଇଁ ମାଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ସହିତ ହୁଳହୁଳି ପକାଇ ସଂସାରରୁ ମା କରୋନା ରୂପୀ ରାକ୍ଷସକୁ ଦୁରେଇ ଦେବାକୁ ମାଙ୍କ ନିକଟରେ ସରଣାପନ ହୋଇଛନ୍ତି।

Leave a comment

Your email address will not be published. Required fields are marked *