#Uncategorized

ସଂକ୍ଷେପରେ ଖବର

୧-ଖୁବଶୀଘ୍ର ରାଜ୍ୟରେ ପହଞ୍ଚିବ ଟିକା, ଯୋଗାଣକାରୀ ସଂସ୍ଥାରୁ ସିଧାସଳଖ ଆସିବ ।

୨-ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ, ୪ ମୃତ, ଦୁଇ ଡିଜିଏମ ନିଲମ୍ବିତ ।

୩-ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ ଉଠିଲା ଶବ ।

୩-ଆଗାମୀ ୨ ମାସ ଆମେ ଅଧିକ ସତର୍କ ରହିବା: ମୁଖ୍ୟମନ୍ତ୍ରୀ ।

୪-ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି।

୫-୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି। ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି।

୬-କଟକ ପାଲଟିଛି ନକଲି ସମାଗ୍ରୀର ପେଣ୍ଠସ୍ଥଳୀ।ଧରାପଡ଼ିଲା ନକଲି ଚା’ କାରଖାନା : ମାଲିକ ଅଟକ; ୪୫ କ୍ବିଣ୍ଟାଲ ଅପମିଶ୍ରିତ ଚା ଗୁଣ୍ଡ ଜବତ ।

୭-ଆମେରିକାରେ ବ୍ୟାନ୍‌ ହେଲା ୨୦୦ରୁ ଅଧିକ ଚୀନ ଆପ୍‌ , ଟ୍ରମ୍ପ କହିଲେ- ନିଷ୍ପତ୍ତି ପଛର କାରଣ ଭାରତର କାର୍ଯ୍ୟାନୁଷ୍ଠାନ ।

୮-ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।

୯-ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ ।

୧୦-ଚୀନର ଯୁଦ୍ଧ ପ୍ରସ୍ତୁତି: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦେଶ ।

୧୧-୧୦୦ ପ୍ରତିଶତ ଦର୍ଶକ ସହିତ ସିନେମାଘର ଖୋଲିବାକୁ ମଞ୍ଜୁରୀ ଦେଲା ତାମିଲନାଡୁ, କେନ୍ଦ୍ର କହିଲା- ପ୍ରତ୍ୟାହାର କର ନିଷ୍ପତ୍ତି

୧୨-ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।

୧୩-ଜାନୁଆରୀ ୮ରେ ଦେଶର ସମସ୍ତ ଜିଲ୍ଲାରେ ହେବ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଇ ରନ୍‌ ।

୧୪-ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।

୧୫-ଲିଙ୍ଗରାଜ ମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ-ବିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି ।

୧୬-ଜାନୁଆରି ୯ରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ୩ଟି ରାଜଧାନୀ ସ୍ବତନ୍ତ୍ର ଟ୍ରେନର ସମୟ ସାରଣୀ ପରିବର୍ତନ କରାଯାଇଛି।

୧୭-ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ନ୍ୟୁଜିଲାଣ୍ଡ ପ୍ରଥମଥର ନମ୍ବରଓ୍ବାନ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *