#Uncategorized

କନ୍ଧମାଳ ଟାଲେଣ୍ଟ ହଣ୍ଟ ପ୍ରତିଯୋଗୀତା ଫାଇନାଲ ପ୍ରସାଦ ମିଷ୍ଟର କନ୍ଧମାଳ ବିଜେତା ଓ ମିସ କନ୍ଧମାଳ ହେଲେ ସୌମ୍ୟା


ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଟା ଲେଣ୍ଟ ହଣ୍ଟ ଫାଲନାଲ ରାଉଣ୍ଡରେ ବିଜୟୀ ହୋଇ ଫୁଲ ବାଣୀ ଆମଲା ପଡ଼ାର ପ୍ରସାଦ ପଟନାୟକ ମିଷ୍ଟର କନ୍ଧମାଳ ଟାଇଟଲ ହାସଲ କରିଥିବାବେଳେ ପିଅନ ପଡ଼ା ଅଞ୍ଚଳର ସୌମ୍ୟାସାଗରିକାସାହୁ ମିସ କନ୍ଧମାଳ ଟାଇଟଲ ହାସଲ କରିଛନ୍ତି ।
ବିଜୟୀ ହେବାପରେ ଉଭୟେ ବେଶ ଖୁସୀ ଅନୁଭବ କରିଥିବା କହିଛନ୍ତି । ଏହା ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାଲାଗି ଉତ୍ସାହୀତ କରିବ ବୋଲି ବିଜେତା ପ୍ରସାଦ ଓ ସୌମ୍ୟା କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୨୮ ତାରିଖରେ ଫାଇନାଲ ରାଉଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।
କନ୍ଧମାଳ ଇନଫ୍ଲୁଏନସରସ ନାମକ ଏକ ସଂଗଠନ ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରିଥିଲା।
ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ ।।
ଏହି କାର୍ଯ୍ୟକ୍ରମକୁ ବିଜୟ ପ୍ରଧାନ, ବିକାଶମଲିକ,ନନ୍ଦକିଶୋର ପ୍ରଧାନ, ସୌଦ୍ଭାଗ୍ୟ ନାଏକ, କିରନ ପ୍ରଧାନ, ସରୋଜନା ଏକ,ମହମଦ ତୋ ସିଫ, ପୂଜା ପଟନାୟକ,ଗ୍ରେସଲିନ ଡିଗାଲ ମିନି ପଟନାୟକ , ପ୍ରମୁଖ କାର୍ଯ୍ୟ କ୍ରମ କୁ ସୁପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *