#Breaking News

ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୨0୨୨ ପଂଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚନ


ଫୁଲବାଣୀ (ସୁନୀଲ ପଟନାୟକ )
ଚଳିତ ୨0୨୨ ପଂଚାୟତ ନିର୍ବାଚନ ପାଇଁ ଇସ୍ତାହାର ଊଂନ୍ମୋଚନ କରିଛି କଂଗ୍ରେସl
ଆଜି ଶନିବାର ପ୍ରେସ କ୍ଲବ ଠାରେ ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜ଼ିଲ୍ଲା ସଭାପତି ଅନାମ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପି ସି ସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧକ୍ଷ ନନ୍ଦ କିଶୋର ଦାସ, ପ୍ରମୁଖ ଉପସ୍ଥିତ ଥିଲେ l
ବିଶେଷ କରି ଏହି ଇସ୍ତାହାର ରେଆଦି ବାସୀ ଙ୍କୁ ଜଙ୍ଗଲ ଜମି ଅଧିକାର, କୃଷି ର ବିକାଶ, ରୋଜଗାର ବୃଦ୍ଧି, ଗମନା ଗମନ, ସଂଚାର, ଓ ଭିତ୍ତି ଭୂମି ର ବିକାଶ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନେଇ ପ୍ରଭାରୀ ବିସ୍ମୟ ମହାପାତ୍ର କହିଥିଲେ l
ସେହିପରି ଜ଼ିଲ୍ଲା ରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସମସ୍ୟା ଆଦିମଧ୍ୟ ଦୂର କରିବା ଲାଗି ଉଦ୍ୟମ କରାଯିବବୋଲି ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି l ଜ଼ିଲ୍ଲାରେ ଏବେ ପୂର୍ବା ପେକ୍ଷା କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି ଫଳରେ ଅଠର ଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ଅନ୍ୟୁନ ୧୨ ଟି ଆସନ ରେ କଂଗ୍ରେସ ପ୍ରାର୍ଥୀ ମାନେ ବିଜୟି ହେବେ ବୋଲି ଅନାମ ଦୃଢୋକ୍ତି ପ୍ରକାଶକରିଥିଲେ l

Leave a comment

Your email address will not be published. Required fields are marked *