#Breaking News #District

ଆଠଗଡ ରେ ପୋଲିସ କାହାପାଇଁ କାମକରୁଛି, ନେତାଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚନ ମଣ୍ଡଳୀରେ ପୋଲିସ କାହା ଇଙ୍ଗିତରେ କାର୍ଯ୍ୟ କରୁଛି, ଲୋକେ ପାଉ ନାହାଁନ୍ତି ନ୍ୟାୟ, ଗାଁ ଗାଁରେ ଗଣ୍ଡଗୋଳ ହେଉଥିବା ବେଳେ କୋଉଠି ଜମି ହଡପ ଘଟଣା ଦେଖିବାକୁ ମିଳିଛି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି  ଗୁରୁଡି ଝାଟିଆ ଥାନା ପାଇକେରାପୁର ଗ୍ରାମରେ, ଜଣେ ବ୍ୟକ୍ତିଙ୍କ ଜମିକୁ ଅନ୍ୟ ଜଣେ ମାଡିବସି ଆଠଗଡ ତହସିଲ ଅଫିସରୁ ୨ ଦୁଇଟି ଲିଗେଲାୟାର ସାର୍ଟିଫିକେଟ କାଢି ଜମି ବିକ୍ରି କରିଦେଇ ଥିବା ଅଭିଯୋଗ କରିଛନ୍ତି ପାଇକେରାପୁର ଗ୍ରାମବାସୀ,ଯେତେବେଳେ ଗ୍ରାମବାସୀ ପୋଲିସ ଠାରୁ ନ୍ୟାୟ ପାଇଲେ ନାହିଁ ସେଠି ଉଦୟ ଲାବଣ୍ୟ ଚାନେଲ ନିକଟରେ ଅଭିଯୋଗ କରିଛନ୍ତି,  ଖାଲି ସେତିକି ନୁହେଁ ମହିଳା ମାନଙ୍କୁ ମାଡ଼ ମାରି ରାସ୍ତାରେ ପିଟୁଥିବା ଫଟୋ ମଧ୍ୟ ଭାଇରାଲ ହୋଇଛି, ଗୁରୁଡି ଝାଟିଆ ପୋଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ଶାସକ ଦଳର କଥାରେ ପଡି ପୋଲିସ ଓଲଟା ଅଭିଯୋଗ କରି ସେହି ଲୋକ ମାନଙ୍କୁ ହଇରାଣ କରୁଛି,ଗୁରୁଡି ଝାଟିଆ ପୋଲିସ ର ଏଭଳି ଆଚରଣ କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି, ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଯୋଗ କାରୀମାନେ,

Leave a comment

Your email address will not be published. Required fields are marked *