#Uncategorized

ବାଲିଗୁଡା ରେ କାର ସହ ଗଞ୍ଜେଇ ଜବତ :ଜଣେ ଗିରଫ


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାରକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୩୨କେଜି ୮ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭରକୁ ଗିରଫ କରିଥିଲେ l ଗିରଫ ଡ୍ରାଇଭରର ନାମ ହେମନ୍ତ ଘଡେ଼ଇ ଘର କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଡାଙ୍ଗବାହାଲ ଗ୍ରାମର ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ.୩୯/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ମାମଲାର ତଦନ୍ତ କରୁଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *