#Breaking News #District

ଭ୍ରୁଙ୍ଗୀଯୋଡ଼ି ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭ୍ରୁଙ୍ଗୀଯୋଡ଼ି ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅବକାରୀ ବିଭାଗ ସବ ଇ ନ ସ ପେକଟର ସାଗର ଭୋଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ତଥା ସରପଞ୍ଚ ଏସୀଆ କହଁର ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ , ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ନାରାୟଣ ସାହୁ, ପଂଚାୟତ ନିର୍ବହୀଅଧିକାରୀ ଜିତେନ୍ଦ୍ର ପରିଡା , ଆଇଟିଡିଏ ମିଶନ ଜୀବିକା ର ବିସେଶଜ୍ଞ ବାଦ୍ୟନାଥ ଖଟୁଆ ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ବେଆଇନ ଗଂଜେଇ ଚାଷ ଓ କାରବାର ରୁ ନିବୃତ୍ତହୋଇ ସରକାରଙ୍କ ବିଭି ନ୍ନଜନକଲ୍ୟାଣ ଯୋଜନା ରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ l

ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ଙ୍କ ଦ୍ୱାରା ପ୍ରଦର୍ଶିତହୋଇଥିଲା l

ଏଥିରେ ପଂଚାୟତ ର ଲୋକପ୍ରତିନିଧି ଙ୍କ ସମେତ ଏସଏଚଜି ମହିଳା,ଆଶା କର୍ମୀ ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *