#Breaking News

କନ୍ଧମାଳରେ ଆଜିସୁଦ୍ଧା ମୋଟ 4020 ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ, ଆଜି 1774

ଫୁଲବାଣୀ –
(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ଶେଷ ଦିନରେ 1774 ଜଣ ପାର୍ଥିପତ୍ର ଦଖଲ କରିଛନ୍ତି l
ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ
1230ଜଣ ପାର୍ଥିପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ 248 ଜଣ, ସମିତିସଭ୍ୟ ଭାବେ 452 ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ରଦଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି ଭାବେ ଆଜି44 ଜଣ ପାର୍ଥି ପତ୍ର ଦାଖଲ କରିଥିବା କଥା ଜ଼ିଲ୍ଲା ପଂଚାୟତ ଅଧିକାରୀ ଆଚାର୍ଯ୍ୟ କହିଛନ୍ତି l
ତେବେପ୍ରାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକ ଙ୍କ ସହ ଆସି ପାର୍ଥି ପତ୍ର ଦାଖଲ କରିଥିଲେ l
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ, ସ୍ଵଛ ଓ ନିରପେକ୍ଷ ହେବ ସେଥିପାଇଁ ଜ଼ିଲ୍ଲାପାଳ, ବିଡ଼ିଓ ଓ ଜ଼ିଲ୍ଲା ପଂଚାୟତ ଅଧିକାରୀ, ପ୍ରମୁଖ ସତର୍କ ଦ୍ରୁଷ୍ଟି ଦେଉଥିବା ଦେଖିବାକୁ ମିଳିଛି l
ସେହି ପରିଜ଼ିଲ୍ଲାରେ 171ଟି ସରପଞ୍ଚପଦବୀ ପାଇଁ ,719ଜଣ ପ୍ରତିଦ୍ବନ୍ଦିତା କରୁଥିବାବେଳେ, 171ଟି ସମିତି ସଭ୍ୟପାଇଁ 599ଜଣ, 18ଟି ଜ଼ିଲା ପରିଷଦ ସଭ୍ୟ,71ଜଣ ଓ ୱାର୍ଡ ସଭ୍ୟପାଇଁ ମୋଟ 2631, ଏହିପରିନାମାଙ୍କନ ପତ୍ର ଦାଖଲ ଶେଷ ସୁଦ୍ଧା ମୋଟ 4020 ଜ ଣ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜ଼ିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି l

Leave a comment

Your email address will not be published. Required fields are marked *