#Breaking News #District

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଶୁଭlରମ୍ଭ କରିଛନ୍ତି l ଶୁକ୍ରବାର ଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅନଲାଇନ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ନିମନ୍ତେ ଆବେଦନ କରିପାରିବେ l କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କୁ ଜଣାଇ ଦିଆଯାଉଛି କି ସରକାରଙ୍କ ତରଫରୁ ନବୀକରଣ (renewal) /ନୂତନ ଭାବେ ଆବେଦନ କରିବା ପାଇଁ ଚଳିତ ମାସ ଶୁକ୍ରବାର ୭ ତାରିଖ ଠାରୁ ଆସନ୍ତା ଅଗଷ୍ଟ ମାସ ୬ ତାରିଖ ପର୍ଯ୍ୟନ୍ତ ଗୋଟିଏ ମାସ ଧରି ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଅଗଷ୍ଟ ୭ ତାରିଖ ଠାରୁ ଏହି ପୋର୍ଟାଲ ଆଉ କାମ କରିବ ନାହିଁ l ସୂଚନା ଓ ଲୋକସମ୍ପର୍କ ବିଭlଗ ଦ୍ୱାରା ଅନୁମୋଦିତ ଗଣମାଧ୍ୟମର ପ୍ରତିନିଧି ମାନେ ନିଜେ ନିଜେ ଦରଖାସ୍ତ http://owjws.odisha.gov.in ଏହି ଅନଲାଇନରେ ଖୋଲି ଦାଖଲ କରିବେ । ଏଥି ନିମନ୍ତେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର, ଶିକ୍ଷାଗତ ପ୍ରମାଣ ପତ୍ର, ମିଡ଼ିଆ ହାଉସରୁ ଅଥରାଇସନ ଲେଟର, ନବିକୃତ ପ୍ରେସ ପରିଚୟ ପତ୍ର, ଆଦି ଅପଲୋଡ଼ କରି ଦରଖାସ୍ତ କରିପାରିବେ। ଏହା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଅବଗତ ନିମନ୍ତେ ବିଭାଗ ତରଫରୁ ଜଣାଇ ଦିଆଗଲା l

Leave a comment

Your email address will not be published. Required fields are marked *