#Breaking News #Uncategorized

ସ୍ଥପତି ଓ ସାଂସଦ ରଘୁନାଥ ମହାପାତ୍ର ଙ୍କ ବିୟୋଗରେ ଶୋକ ପ୍ରକାଶ


ଆଠଗଡ(ଉଲାପ୍ର)ଭାସ୍କର୍ଯ୍ୟ ଶିଳ୍ପୀ,ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଆଠଗଡ ର ବିଶିଷ୍ଟ ବ୍ୟକ୍ତି ବିଭୁତି ଭୂଷଣ ମିଶ୍ର ଓ ପ୍ରଦ୍ୟୋତ ଚନ୍ଦ୍ର ମିଶ୍ର,ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ୧୯୭୬ ମସିହାରେ ରଘୁନାଥ ମହାପାତ୍ର ପଦ୍ମଶ୍ରୀ ଉପାଧି ପାଇଥିବା ବେଳେ ସେହିବର୍ଷ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ନେତୃତ୍ବରେ ଆଠଗଡ ଟାଉନ ହଲ ଠାରେ ପାୟନିୟର କ୍ଲବର ସଭାପତି ବିଭୁତି ମିଶ୍ରଙ୍କ ନେତୃତ୍ବରେ ଏକ ବିରାଟ ସଭା କରାଯାଇ ରଘୁନାଥ ମହାପାତ୍ରଙ୍କୁ ରାଜ୍ୟରେ ପ୍ରଥମ କରି ଆଠଗଡ ରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,ସେହିବର୍ଷ ଡ଼ଃ ରାଧାନାଥ ରଥଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଭୂଷଣ ଓ ବାଣିକଣ୍ଠ ନିମାଇଁ ହରିଚନ୍ଦନ ଙ୍କୁ ମିଳିଥିଲା ପଦ୍ମଶ୍ରୀ ଉପାଧି,ତେଣୁ ଡ଼ଃ ରଥ ରଘୁନାଥ ମହାପାତ୍ର ଙ୍କୁ ନିମନ୍ତ୍ରଣ କରି ପ୍ରଥମଥର ପାଇଁ ଆଠଗଡ ରେ ଏକ ବିରାଟ ନାଗରିକ ସମ୍ମାନ ୩ଜଣଙ୍କୁ ପ୍ରଦାନ କରାଯାଇଥିଲା,ଏହି କର୍ଯ୍ୟକ୍ରମ ରେ ଆଠଗଡ ର ବହୁ ଉଡିୟମାନ ଯୁବକ ଓ ଟାଉନ କ୍ଲବର ସଦସ୍ୟ ମାନେ ଯୋଗଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ବିଭୁତି ମିଶ୍ର ଓ ପ୍ରଦ୍ୟୋତ ଚନ୍ଦ୍ର ମିଶ୍ର,ଭାସ୍କର୍ଯ୍ୟ ଶିଳ୍ପୀ,ସ୍ଥପତି,ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକରେ ସେ ଦିନର ପୁରୁଣା ସ୍ମୃତି କୁ ମନେ ପକାଇ ଗଭୀର ଶୋକ ପ୍ରକଟ କରିଛନ୍ତି ଏହି ଦୁଇ ବ୍ୟକ୍ତି,ତାଙ୍କର ଆତ୍ମା ପରମାତ୍ମାରେ ଲୀନ ହେଉ ଏହାହିଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ଏକ ଶୋକ ସନ୍ଦେଶ ରେ ପ୍ରକାଶ କରିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *