#Breaking News #District

ଫିରିଙ୍ଗିଆ ପୋଲିସ ଚଢ଼ାଉ, ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୮ ଅଭିଯୁକ୍ତ ଫେରାର


ଫୁଲବାଣୀ -ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ଆନ୍ତରୀକ ଉଦ୍ୟମ ରେ ପୋଲିସ ଟିମ ସଦଳ ବଳେ ଯଜେଶପଙ୍ଗା ପଞ୍ଚାୟତ ର କ କୁମ୍ଭାରପଦର ଗ୍ରାମ ରେ ଥିବା ଏକ ପତର କୁଡ଼ିଆ ଘରେ ୧୦ କୁଇଣ୍ଟାଲ ୮୦ କେଜି ଗଂଜେଇ ଜବତ କରିଛି ।

ତେବେ ଏଥିରେ ସଂପୃକ୍ତ ୮ଜଣ ଅଭିଯୁକ୍ତ ପୋଲିସ ଆଖିରେ ଧୁଳି ଦେଇ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ପୋଲିସ କହିଛି l

ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ ୧୩୦ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l ଫେରାର ଥିବା ଜଣ ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ନାହାକ କହିଛନ୍ତି l

ମାସ କେଇଟା ମଧ୍ୟରେ ଫିରିଙ୍ଗିଆ ପୋଲିସ ଏକ ଶହ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରି ସଫଳତା ହାସଲ କରିଛି ।

Leave a comment

Your email address will not be published. Required fields are marked *