#Breaking News #District

ଅନୁଗୁଳ-ସୁକିନ୍ଦା
ରେଳ ଲାଇନ୍‌ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବୀ

ଢେଙ୍କାନାଳ( ଉଲ୍ଲାପ୍ର )କମଳାଙ୍ଗ ଗ୍ରାମପଂଚାୟତ ଦେଇ ନୂତନ ଭାବେ ନିର୍ମିତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଯାଇଥିବା କମଳାଙ୍ଗ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ତରଫରୁ ଫଚାୟତବାସୀ ସରପଂଚ ଜିତେନ୍ଦ୍ର କୁମାର ବେହେରା ଆଜି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଅନେକ ଦିନରୁ ଉକ୍ତ କ୍ଷତିଗ୍ରସ୍ତ ପ୍ରଜା କମଳାଙ୍ଗ ଗ୍ରାମପଂଚାୟତବାସୀ ବହୁ ସମସ୍ୟା ବିଷୟରେ ଜଣାଇ ଆସୁଥିଲେ ମଧ୍ୟ ରେଳ ଲାଇନ୍‌ର ଠିକାସଂସ୍ଥା ଆର୍.ଭି.ଏନ୍.ଏଲ୍. ଏହାକୁ କର୍ଣପାତ କରୁନାହାଁନ୍ତି । ରେଳ ଲାଇନ୍‌ର କାମକୁ ଗଣବତାର ସହିତ କରୁଥିବାବେଳେ ପାରିପାର୍ଶ୍ବକ ବାମଗୁଡିକ ନିମ୍ନମାନର ନିର୍ମାଣ କରୁଛନ୍ତି । ଏଥି ନିମନ୍ତେ ଆର୍.ଭି.ଏନ୍.ଏଲ୍‌ର ଅଧିକାରୀଙ୍କ ଦୃଷ୍ଟିଗୋଚର କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଜମିହରା ପ୍ରଜାମାନଙ୍କୁ ଯୋଗ୍ୟତା ଭିତିରେ ଶ୍ରମିକ ଭାବେ ବିଭିନ୍ନ ଠିକା ସଂସ୍ଥାରେ ଥଇଥାନ କରାଇବା ଏବଂ ପାରିପାର୍ଶ୍ବକ କାମକୁ ପେଟି ଆକାରରେ ପ୍ରଦାନ କରିବା ନିମନ୍ତେ ବିଭିନ୍ନ ଜନଶୁଣାଣୀରେ ସ୍ଥିର ହୋଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରି ବାହାର ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରୁଛନ୍ତି । ଏଣୁ ଭକ୍ତ ବିଷୟରେ ପଦକ୍ଷପ ଗ୍ରହଣ କରିବା ସହ ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ସ୍ବାର୍ଥରକ୍ଷା ନିମନ୍ତେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏକ ଦାବିପତ୍ର ପଂଚାୟତବାସୀଙ୍କ ସହିତ ସରପଂଚ ଶ୍ରୀ ବେହେରା ପ୍ରଦାନ କରିଛନ୍ତି । ଉକ୍ତ ସମସ୍ୟା ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ପଂଚାୟତବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି

Leave a comment

Your email address will not be published. Required fields are marked *