ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

admin | April 26, 2020 | 106 views |0 | Exclusive


ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ରମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ । ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି ରାଣୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଉପହାର ଦେଇଥିଲେ । ସେହି ସମୟରୁ ମର୍ତ୍ତ୍ୟରେ ପବିତ୍ର ଏବଂ ଶୁଭ ବୋଲି ବିଶ୍ବାସ କରାଯାଉଥିବା ପାରିଜାତ ଫୁଲର ସୃଷ୍ଟି । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୌରପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ଼ ତଥା ପୂର୍ଣଚନ୍ଦ୍ରପୁରରେ ଏହି ପାରିଜାତ ଫୁଲ ଫୁଟିଥିବା ଦୃଶ୍ୟମାନ ହୋଇଛି । ସେଠାକାର ବାସିନ୍ଦା ଶୁକଦେବ ତ୍ରିପାଠୀଙ୍କ ବଗିଚାରେ ଦେବଲୋକର ଏହି ପାରିଜାତ ଫୁଲ ଫୁଟିଛି । ଯାହାର ଦର୍ଶନ ପାଇଁ ସେଠାରେ ଲୋକଙ୍କର ଧାଡ଼ି ଲାଗିଛି । ଖବର ଅନୁଯାୟୀ ଆଜକୁ ୩୦ବର୍ଷ ତଳେ ଶୁକଦେବଙ୍କ ବଡ଼ପୁଅ ଏହି ପାରିଜାତ ଫୁଲ ଗଛକୁ ଆଣି ନିଜ ଘର ପାଖ ବଗିଚାରେ ଲଗାଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହ ପାରିଜାତ ଫୁଲ ଗଛର ଯତ୍ନ ଶୁକଦେବଙ୍କ ପତ୍ନୀ ନେଉଥିଲେ ।

ତେବେ ଦୀର୍ଘ ୩୦ ବର୍ଷର ଅପେକ୍ଷା ପରେ ଫୁଲ ଫୁଟିଥିବାରୁ ପରିବାରର ଲୋକମାନେ ବେଶ ଆନନ୍ଦିତ ହୋଇଛନ୍ତି । ଅନ୍ୟପଟେ ଗଛ ଲଗାଇଲେ ମଧ୍ୟ ଫୁଲଫୁଟିବା ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଲାଗିରହିଥିବା ସଂକଟ ସମୟ ପରିପ୍ରେକ୍ଷୀରେ ପାରିଜାତ ଫୁଲ ଫୁଟିବା ବେଶ ଏକ ଶୁଭ ଶଙ୍କେତ ବୋଲି ବିଶ୍ୱାସ କରାଯାଉଥିବା ସହ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories