#Exclusive

ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟୋଲ ଫ୍ରି ନମ୍ୱର ଜାରି କଲେ ସରକାର

ଭୁବନେଶ୍ବର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବ‌ା ପାଇଁ ଆଜି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ଗ୍ରାମାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୯୧୬ ଓ ସହରାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୮୦୦-୩୪୫୬୭୮୩।

ଏହା ସହିତ ଯେଉଁ ଅଂଚଳରେ ପିଇବା ପାଣିର ସୁବିଧା ନାହିଁ, ସେଠାରେ ବଡ ବଡ ଟ୍ୟାଙ୍କର ଓ ବଡ ବଡ ଟାଙ୍କି ମାଧ୍ୟମରେ ପାଣି ଯୋଗାଇବେ ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଂଜିନିୟରିଂ ଅଫିସ, ଡିଜିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଂଟ୍ରୋଲ ରୁମ ଖୋଲାଯାଇଛି । ଗ୍ରାମାଚଂଳ ଓ ସହରାଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପର ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment

Your email address will not be published. Required fields are marked *