#Breaking News

ଫୁଲବାଣୀ ରେ ଜ଼ିଲ୍ଲା ସ୍ତରୀୟ 73 ତମ ସାଧାରଣତନ୍ତ୍ର ଦିବସ


ଫୁଲବାଣ(ସୁନୀଲ ପଟନାୟକ )
କନ୍ଧମାଲ ଜିଲାସଦର ମହକୁମା ଫୁଲବାଣୀ ଠାରେ ଜ଼ିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।
ସରକାରଙ୍କ କୋଭିଡ଼ କଟକଣା ମଧ୍ୟରେ ପାଳନ ହୋଇଥିଲା 73ତମ ସାଧାରଣ ତନ୍ତ୍ର ଦିବସ । ଫୁଲବାଣୀ ପୋଲିସ ପଡ଼ିଆ ଠାରେଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ପ୍ୟାରେଡ଼ ରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୋଦ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ରଖିଥିଲେ l ଆଜିର ଦିନର ସମ୍ଭିଧାନ ପ୍ରଣୟନ କରାଯାଇଥିଲା l ଏହି ଅବସରରେ ମନ୍ତ୍ରୀ ନାୟକ ସ୍ୱୀଧୀନତା ସଂଗ୍ରାମି କୁ ଓ ବୀର ଯବାନ ଙ୍କୁ ଶ୍ରଦ୍ଧାଞଳୀ ଦେବା ସହ କରୋନା ରେ ବୀର ଯୋଦ୍ଧା ଭଳି କାମ କରିଥିବା କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ଥିଲେ l ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ତା ମଧ୍ୟ କଡ଼ାକଡ଼ି କରାଯାଇଥିଲ l ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ସହରରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ , 20 ଜଣ ଅଫିସର ନିଯୁକ୍ତି ରହିଥିଲେ । ମନ୍ତ୍ରୀ ଙ୍କ ସହ କନ୍ଧମାଳ ଜିଲାପାଳ ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ବିନୀତ ଅଗରୱାଲ ମଧ୍ଯ ଯୋଗଦେଇ ଥିଲେ l କୋଭିଡକଟକଣlପାଇଁ କମ ସଂଖ୍ୟକ ଅଫିସର,କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *