#Breaking News #District

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଡ୍ରେନ ଭୁଷୁଡ଼ିଲା


ଫୁଲବାଣୀ (ସୁନୀଲ ପଟନାୟକ )
ଠିକାଦାର ଉପର ଠାଉରିଆ ଭାବେ ନିମ୍ନ ମାନର କାର୍ଯ୍ୟ କରି ସିଂହ ଭାଗ ଅର୍ଥ ହଡପ କରିବା ଫଳରେ ଡ୍ରେନନିର୍ମାଣ ସରିବାର ମାସଟିଏ ନ ହେଉଣୁ ମଙ୍ଗଳବାର ରାତିରେ ହୋଇଥିବା ଅଦିନିଆ ବର୍ଷା ଧୋଇନେଇଛି ଡ୍ରେନ lଏଭଳି ସ୍ଥିତି ଦେଖିବାକୁ ମିଳିଛି ସର୍ତ୍ତାଗୁଡା -ତୁଡି ପାଜୁ ରାସ୍ତା ପାର୍ଶ୍ୱ ରେ l
ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯିବାର ମାସ ଟିଏ ପୂରିନି କୁଆଡେ ଏଭଳି ସ୍ଥିତି l ଆଗକୁ ବର୍ଷା ଦିନ ଆସୁଛି, ସେତେବେଳେ ଯେ ଏସବୁ ଉପରଠାଉରିଆ ଆଉ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଡ୍ରେନ ଅବସ୍ଥା ଯେ, କଣ ହେବ ଆଗକୁ ଜଣା ପଡ଼ିବ l ସର୍ତ୍ତାଗୁଡା -ଗୋଛାପଡା ଓ ଗୋଚ୍ଛା ପଡ଼ା -ଫିରିଙ୍ଗିଆ ରାସ୍ତାରେ ନିର୍ମାଣ ଧୀନ ଡ୍ରେନ କାମ ରେ ନିମ୍ନ ମାନର ମେଟାଲ,ଗୁଡ଼ି ଆଉ ବାଲି ସହ କମ ମାତ୍ରା ରେ ସିମେଣ୍ଟ ବ୍ୟବହାର ସାଙ୍ଗକୁ କାମରେ ପାଣି ଭଲରେ ନ ଦେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ଅନ୍ୟ ସବୁ ପାଖ ଭୁଶୁଡି ନଥିଲେ ବି ଗୋଡ ଘୋସା ଡ଼ିଲେ ସିମେଣ୍ଟ ଗୁଡ଼ି ବାହାରିଯାଉଛି l
ଯନ୍ତ୍ରୀ ଓ ୱାର୍କ ସରକାର କାମ ତଦାରଖ କରିବାକୁ ନିୟମିତ ନ ଯିବା
ଫଳରେ ଠିକାଦାର ନିଜ ମର୍ଜୀ ରେ ଅତ୍ୟଧିକ ଲାଭ ଆଶାରେ ଖାମଖିଆଲି ଏଭଳି ନିମ୍ନ ମାନର କାର୍ଯ୍ୟ କରିବା ଅଭିଯୋଗ ହେଉଛି l
ତେବେ ଅନ୍ୟ କେତକ ଅଂଚଳରେ କାମ ଉଚମାନର ହୋଇଥିବା ଦେଖାଯାଇଛି l
ଅଭିଯୋଗ ଆସିବାପରେ ଏହାରବିଧି ବଧ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଏସ ଇ ଇଂ. ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି l
ତେବେ ବିଭାଗ କି ପଦକ୍ଷେପ ନେଉଛି ଆଗକୁ ଜଣାପଡିବ l

Leave a comment

Your email address will not be published. Required fields are marked *