#Breaking News

ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କର ଦାୟିତ୍ୱ ଗ୍ରହଣ

ଫୁଲବାଣୀ /୧୭ /୦୪ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୌମ୍ୟରଞ୍ଜନ ପତି
ଯୋଗଦେଇ ଛନ୍ତି। ଏଥି ପୂର୍ବରୁ ସେ ରାୟଗଡ଼ା ଟାଉନଥାନାରେ କାର୍ଯ୍ୟରତ ଥିଲେ,l ବଦଳି ହେଲା ପରେ ଫୁଲବାଣୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କିଛି ଦିନ ରହିଆଜି ଏଠାରେ ଯୋଗ ଦେଇଛନ୍ତି। ସେ ନିଷ୍ଠା ଓ ଦକ୍ଷତା ର ସହ ରାୟଗଡା ଥାନା ରେ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଭାଜନ ହୋଇଥିଲେl ଏବେ କ. ନୂଆଗାଁ ଥାନା ରେ ଯୋଗ ଦେବା ପରେ ଏହି ଥାନା ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ଗୁରୁତ୍ବ ଦେବା ସହିତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରମୋଦ କୁମାର ବେହେରା ଦାଇତ୍ୱ ପ୍ରଦାନ କରିଥିବା ବେଳେ ସେକେଣ୍ଡ ଅଫିସର ଅଜୟ କୁମାର ସାହୁ, ଏଏସଆଇ କୁଳଦୀପ ବାରିକ ଓ ଉମା ଶଙ୍କର ପେଡେଣ୍ଟି ପ୍ରମୁଖଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସ୍ଵାଗତ ଜଣାଇଥିଲେ l
କୌଣସି ପରିସ୍ଥିତି ରେ ଅସାମାଜିକକାର୍ଯ୍ୟକଳାପ, କୁ ବରଦାସ୍ତ କରାଯିବନି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଥାନାଧିକାରୀ ପତି ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *