#Breaking News

ଡାଡିଲାଇ ଗ୍ରାମ ରେ ପାନୀୟ ଜଳ ସଙ୍କଟ. ଏକ ମାତ୍ର ଚୁଆ ଭରସା


ଫୁଲବାଣୀ (ସୁନୀଲ ପଟନାୟକ )
ଏବେ ଗାଁ ଠୁ ସହର ସବୁଠି ଢୁ ଢୁ ଖରା ସାଙ୍ଗକୁ ପାନୀୟ ଜଳ ସଙ୍କଟl ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି l. ପାଣି ପାଇଁ ମାଇଲ ମାଇଲବାଟ ମଧ୍ୟ ଯିବାକୁ ପଡୁଛି ବୈଶାଖ ମାସ ଟାଣ ଖରାରେ l
ଅଭିଯୋଗ କଲେ ଶୁଣୁଛି କିଏ ?
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲା ଭୃଣଗିଯୋଡ଼ି ପଂଚାୟତ ର ଡ଼ାଡି ଲାଇ ଗ୍ରାମରୁ l
ଗ୍ରାମ ରେଦୁଇଟି ଚୁଆ ଓ ଗୋଟିଏ ନଳକୂଅ ଅଛି ସତ ହେଲେ ନଳ କୂପ ଅଚଳ ହୋଇପଡିଛି ଅନେକ ଦିନ ହେଲା ଆଉ ଦୁଇଟି ଚୁଆ ମଧ୍ୟରୁ ଗୋଟିଏ ଶୁଖିଲା ପଡ଼ିଛି ଆଉଗୋଟିଏ ଭଙ୍ଗା ଚୁଆ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ l
ସେଥିରୁ ବାହାରୁଥିବା ପାଣି ଅଣ୍ଟୁନି l
ଗରା ଏ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଛିଡା ହେବାକୁ ପଡୁ଼ଛିବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି lଏ ପଟେ ଭଙ୍ଗା ଚୁଆ ର ମରାମତି ପାଇଁ ଦାବୀ କଲେବି ପ୍ରଶାସନ ମରାମତି କରୁନଥିବା କଥା ଆନନ୍ଦେଶ୍ୱର କହଁର ଅଭିଯୋଗ କରିଛନ୍ତି l
ଏ ନେଇ ଯନ୍ତ୍ରୀ, ବିଡ଼ିଓ ଙ୍କୁ ପଚାରିଲେ ତଦନ୍ତ କରାଯାଇ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତିl ତେବେ ପ୍ରଶାସନ କେବେ ମରାମତି କରିବ ତାକୁ ହିଁ ଅପେକ୍ଷା l

Leave a comment

Your email address will not be published. Required fields are marked *