ଦେଶ ଉପରେ ଶଣ୍ଢୁଆଶୀ ଆକ୍ରମଣ କରିପାରନ୍ତି ପଙ୍ଗପାଳ; ସତର୍କ କଲା ମିଳିତ ଜାତିସଂଘର ଏଫ୍‌ଏଓ

admin | June 1, 2020 | 78 views |0 | Exclusive

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ଦେଶ କରୋନା ମହାମାରୀ ସହ ଯୁଝୁ ଥିବାବେଳେ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ବହିରାଗତ ପଙ୍ଗପାଳ ଦଙ୍ଗଲର ଆକ୍ରମଣ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସବୁ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ଆଗକୁ ଏକ ବଡ଼ ଏବଂ ମାରାତ୍ମକ ଆକ୍ରମଣର ପୂର୍ବ ସୂଚନା ମାତ୍ର! ଆଗକୁ ଜୁନ୍‌ ମଧ୍ୟଭାଗରୁ ଜୁଲାଇ ଶେଷ ମଧ୍ୟରେ ଏହି ପଙ୍ଗପାଳ ଦଙ୍ଗଲ ଦେଶର ଶସ୍ୟକ୍ଷେତ୍ର ଉପରେ ଶଣ୍ଢୁଆଶୀ ଆକ୍ରମଣ କରି ଶସ୍ୟକ୍ଷେତ୍ରମାନଙ୍କରେ ବିଭୀଷିକା ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ସତର୍କବାଣୀ ଶୁଣାଇଛି ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)।
ଏଫ୍‌ଏଓର ଆକଳନ ଅନୁଯାୟୀ, ଭାରତ ଦୁଇ ପାର୍ଶ୍ୱରୁ ଆରବ ସାଗର ଠାରୁ ଗୁଜୁରାଟ ଉପକୂଳ ପର୍ଯ୍ୟନ୍ତ ଏବଂ ପାକିସ୍ତାନ ସୀମାରୁ ରାଜସ୍ଥାନର ବାରମେର, ଜିସାଲଲମେର, ନାଗୋର, ବିକାନେର ପ୍ରମୁଖ ବାଟ ଦେଇ ସମଗ୍ର ଦେଶ ପଙ୍ଗପାଳ ଆକ୍ରମଣର ସମ୍ମୁଖୀନ ହେବ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories