#Breaking News #Uncategorized

କିମସ ସହାୟତାରେ ଫୁଲ ବାଣୀରେ ପୁଣି କୋଭିଡ଼ହସ୍ପିଟାଲ ଖୋଲିବ


ଫୁଲ ବାଣୀ- (ସୁନୀଲ ପଟ୍ଟନ।ୟକ) କରୋନା ଦ୍ଵିତୀୟ ଲହରରେ ପୁଣି ସଂକ୍ରମିତ ଙ୍କ ସଂଖ୍ୟା ଜିଲ୍ଲାରେ ବୁର୍ଦ୍ଧି ପାଉଥିବା ଫଳରେ ଏହାକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେଲା ବନ୍ଦ ଥିବା କୋଭିଡ଼ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରାଯିବ। ଏନେଇ ଆଜି ଫୁଲ ବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ସହ କମ ସ କତୃପକ୍ଷଙ୍କ ସହ ଏକ ଏଗ୍ରିମେଣ୍ଟ ହୋଇଛି ।
ଅତି ଶିଘ୍ର ଫୁଲ ବାଣୀସଦରମହକୁମା ଡାକ୍ତରଖାନା ପରିସରରେ ପୂର୍ବ ପରି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା , ଅଭିଜ୍ଞ ଡାକ୍ତର, ଷ୍ଟାଫନର୍ସ, ସ୍ଵାସ୍ଥ୍ୟ କମୀ, ଙ୍କୁ ନେଇଏକ କୋଭିଡ ହସ୍ପିଟାଲ ଅତି ଶିଘ୍ର ଖୋଲିବ ବୋଲି ପ୍ରଶାସନ ସୂଚନା ଦେଇଛି । ଏନେଇ କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ । ଡି ଓ,କିମସ ମେଡିକାଲ ସୁପରିଟେଣ୍ଡେଣ୍ଟ ଅମ୍ବିକାପ୍ରସାଦ ମହାନ୍ତି ଙ୍କ ମଧ୍ୟରେ ରାଜିନାମା ସ୍ଵାକ୍ଷର ହୋଇଛି ।
ଆଇସିୟୁ ବ୍ୟବସ୍ଥା ସହ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ପୁର୍ବ ପରି ରହିବ।
ଏହି ମେଣ୍ଟ ସ୍ଵାକ୍ଷର ପରେ ଜିଲ୍ଲାପାଳ ଡ଼ାବୃନ୍ଦା ଡି,କମ ସ ସୁପରିଟେଣ୍ଡଣ୍ଟ ଅମ୍ବିକାପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ସିଡିଏମ ଓ ଡାରାଜଶ୍ରୀ ପଟନାୟକ, ସମେତ ବହୁ ସ୍ଵାସ୍ଥ୍ୟ ବିଭାଗ ଅଧିକାରି ଓ ପ୍ରଶାସନିକ ଅଧିକାରୀ ପୁରୁଣ କୋ ଭିଡ ହସ୍ପିଟାଲ ବୁଲି ଦେଖିଥିଲେ ।
ଅତି ଶିଘ୍ର କୋଭିଡ଼ହସ୍ପିଟାଲ ଖୋଲିବାଲାଗି ପୂର୍ବରୁ ସ୍ଥାନୀୟ ଜନସାଧାରଣ ଦାବୀ କରି ଆସୁଥିଲେ । ଫଳରେ ରାଜ୍ୟ ସରକାର ଜିଲ।ପ୍ରଶାସନ ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏନେଇ ତ୍ଵରୀ ତ ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ଥାନୀୟ ଜନସା ଧାରଣ, ବୁଦ୍ଧିଜିବୀ ସ୍ୱେଚ୍ଛାସେବୀ ପ୍ରମୁଖ ଜିଲ୍ଲ । ପାଳ ଡାବୃନ୍ଦ । ଡିଙ୍କୁ ବେଶ ପ୍ରସଂଶା କରିଛନ୍ତି ।
ତେବେ ଗତବର୍ଷଠାରୁ ରୋଗୀମାନଙ୍କୁ ଏବେ ଯେପରି ଉନ୍ନତ ଧରଣର ଚିକିତ୍ସା ସେବା, ମେଡି ସିନ ଯେପରି ମିଳିବ କି ମସ କତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବା ଲାଗି ବରୀଷ୍ଠ ସାମ୍ବାଦିକ ତଥା ମିଳିତନାଗରୀକ ମଞ୍ଚ ସଭାପତି ଡଅରୁପ ଜେନା, ଆବାହକ ଅଶୋକ ପରୀଡା ଓ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସମାଜସେବୀ ମହାମଦ୍ଦ ଜିଆ ଉଦ୍ଦିନ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *