#Breaking News

ପିସିସିଏଫଙ୍କ କନ୍ଧମାଳଗ୍ରସ୍ତ ମେଗା ନର୍ସରୀ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ଦେଖିଲେ


ଫୁଲବାଣୀ-(ସୁନୀଲପଟନାୟକ)
ବନ ବିଭାଗପିସିସିଏଫ ଶିଶିର କୁମାର ରଥ,ଆଇଏଫଏସ.ଆରସିସିଏଫ ପ୍ରଶାନ୍ତ କୁମାର ମିଶ୍ର ଆଇଏଫଏସ.ଙ୍କ ସମେତ
ବରୀ ଷ୍ଠବନ ବିଭାଗ ଅଧିକାରୀମାନେ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ସ୍ଥିତ ଗୁଦାରୀ ନିକଟରେ ମେଗା ନର୍ସରୀ ଅଞ୍ଚଳବୁଲି ଦେଖିବା ସହ ସନ୍ତୋଷ ପ୍ରକାଶ କରିବା ସହ ନର୍ସରୀ6ର ଅଧିକରୁ ଅଧିକ ବୃକ୍ଷ ଚାରା ସୃଷ୍ଟି କରିବା ସହ ନର୍ସରୀ ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବା ଲାଗି ପରାମର୍ଶ ଦେଇଥିଲେ।ପରେ ବନବିଭାଗର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ଵ ଦେବା ସହ ସଚେତନତା କାର୍ଯ୍ୟକ୍ରମ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ ।
ଲୋକେ ସଚେତନ ହେଲେ ହିଁ ଜଙ୍ଗଲ ସୁରକ୍ଷା ହେବା ସହ ଜଙ୍ଗଲ ବୁର୍ଦ୍ଧି ହେବ ବୋଲି କହିଥିଲେ । ସେହିପରି ବନ ବିଭାଗର ରାଇକିଆ ମଣ୍ଡା ସୁରଠାରେ ଥିବା ଇକୋ ଟୁରିଜିମ ବୁଲି ଦେଖିଥିଲେ ।ମଣ୍ଡା ସୁରକୁ ଯେପରି ଅଧିକ ପର୍ଯଟନ ଆସିବେ ସେଥିପତି ଦୃଷ୍ଟିଦେଇ ପ୍ରଚାର ପ୍ରସାର କରିବା ଲାଗି କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଫୁଲ ବାଣୀବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ,ଏ .ସି.ଏ ଫକ ସମେତ ରେ ଜଂ ଅଫିସର ସଚ୍ଚିଦାନନ୍ଦସେଠୀ, ଟି ଝାଙ୍କର ସମେତ ବହୁ ବନବିଭାଗ କର୍ମଚାରୀ, ଫରେଷ୍ଟର,ଫରେଷ୍ଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *