#Breaking News #District

ବାଲିଗୁଡ଼ାରେ ପୁଣି ମାଓ ପୋଷ୍ଟର, ମାଓବାଦୀଙ୍କ ବନ୍ଦ ଡାକରା


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ବାଲିଗୁଡା ଅଂଚଳ ରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି l ବାଲିଗୁଡା ଥାନା ଖମନଖୋଲ ପଂଚାୟତର କଂଜାଲlଗୁ ଠାରେ ମାଓ ବାଦୀ ମାନେ ପୋଷ୍ଟର ମାରିଛନ୍ତି l ପୋଷ୍ଟର ରେ କେ କେ ବି ଏନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ଉଲ୍ଲେଖ ଅଛିl ପୋଲିସ ର ମିଥ୍ୟା ମାମଲା ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ଏହି ପୋଷ୍ଟର ଜାରି କରିଛି ମାଓ ସଂଗଠନ l ଏଥିରେ କନ୍ଧମାଳ ସମେତ କଳାହାଣ୍ଡି, ବୌଧ, ନୟାଗଡ଼ ଜିଲ୍ଲା ୧ ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ମାଓ ପୋଷ୍ଟର ଦେଖି ଅଂଚଳ ବାସୀ ଭୟଭୀତ ହୋଇପଡିଛନ୍ତି l ସେହିପରି ବାଲିଗୁଡା ରୁ ଲଣ୍ଡା ଗାଁ ଦେଈ ଯାଉଥିବା ଗାଡି ଚଳାଚଳ ବନ୍ଦ ଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *