#Breaking News #District

ଜି. ଉଦୟଗିରି ଏନ ଏ ସି ରେ ଜଳ ଛତ୍ର


ଫୁଲବାଣୀ
ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନ ଏ ସି ପକ୍ଷରୁ ଅଧ୍ୟକ୍ଷା ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ଓ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଙ୍କ ଆନ୍ତରିକତା ଓ ନିଷ୍ଠା ପର ଉଦ୍ୟମ କ୍ରମେ ବିଭିନ୍ନ ସ୍ଥାନରେ ଜଳ ଛତ୍ର ମାନ ଖୋଲାଯାଇଛି l
ସହର ର ବଜାର ଛକ, ଆହାର କେନ୍ଦ୍ର, ବ୍ଲକ, ଏନଏ ସି ଛକ ଆଦି ବିଭିନ୍ନ ଜନ ଗହଳି ପୁର୍ଣ ଛକ ସ୍ଥାନ ମାନଙ୍କ ରେ ସ୍ଵଛ ପରିବେଶ ମଧ୍ୟରେ ନୂଆ କିଣା ଯାଇଥିବା ମାଠିଆରେ ପାଣି ସହ ଗ୍ଲାସ ରଖାଯାଇଛି l
ଲୋକେ ମଧ୍ୟ ବେଶ ଖୁସିରେ ପାଣି ପିଉଥିବା ଦେଖିବାକୁ ମିଳିଛି l
ଫଳରେ ଦୂର ଦୁରାନ୍ତ ରୁ ଆସୁଥିବା ଲୋକେ ପ୍ରବଳ ଗରମ ଓ ଖରାରେ ପାଣି ପିଇ ଶୋଷ ମେଂଟାଇପାରିବେ ବୋଲି ଅ ଧ୍ୟକ୍ଷା ଶ୍ରୀମତୀ ମିଶ୍ର,ଓ ନିର୍ବାହୀ ଅଧିକାରୀ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି l
ସେହିପରିପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଓପୌର ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଙ୍କ ଆଗ୍ରହ, କାର୍ଯ୍ୟ ଦକ୍ଷତା, ଆନ୍ତରିକତା, ଓ ସମୟୋ ଚିତ ପଦକ୍ଷେପ ଜୋଂଗୁ ସହରର ପ୍ରାୟ ୱାର୍ଡ ରେ ଡ୍ରେନସମସ୍ୟା ଦୂର ହୋଇଥିବାବେଳେ, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ରେ ଉନ୍ନତି ଆସିଛି ସେହିପରି ଗମନା ଗମନ ବ୍ୟବସ୍ଥାରେ ମଧ୍ୟ ପୂର୍ବାପେକ୍ଷା ଢ଼େର ସୁଧାର ଆସିଛି lକେବଳ ସେତିକି ନୁହେଁ ବର୍ଷ ବର୍ଷ ଧରିଲାଗିରହିଥିବା ପାନୀୟ ଜଳ ସମସ୍ୟା ଦୂର ହୋଇଛି l ସହରବାସୀ ହାତପାଆନ୍ତା ରେ ସ୍ଵଛ ପାନୀୟ ଜଳ ପାଉଥିବା ଦେଖାଯାଉଛି l
ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ମଧ୍ୟ ପାର୍କ, ଆଉ ବଡି ଫିଟପାଇଁ ଫିଟ ନେସ ପାର୍କ ବ୍ୟବସ୍ଥା ହେଉଥିବା ଜଣାପଡିଛି l ଜି. ଉଦୟଗିରି ସହର କୁଏକ ସ୍ମାର୍ଟ ସହର ରୂପେ ପରିଣତ କରିବାକୁଲଖ୍ୟ ରଖାଯାଇଥିବା ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି lତେବେ ଏଥିପାଇଁ ଅର୍ଥ ଅନୁଦାନ ର ଆବଶ୍ୟକ ରହିଛି, ଅନୁଦାନ ଆସିଲେ ଆହୁରି ଅନେକ କାର୍ଯ୍ୟ ମାନ ହାତକୁ ନିଆଯାଇ ସହରରଥିବା ଗରିବ ଲୋକଙ୍କ ଜୀବନଜୀବିକା ରେ ଯେପରି ଉନ୍ନତି ଆସିବ, ସେମନେଯେପରି ସମାଜ ର ମୁଖ୍ୟ ସ୍ରୋତ ରେ ସମିଲ ହେବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଭାନୁ ପ୍ରଭାମିଶ୍ର ଆହୁରି କହିଛନ୍ତି l
ଏଣୁସରକାର, ନଗର ଉନ୍ନୟନବିଭାଗ ତୁରନ୍ତ ସହରାଂଚଳବିକାଶ ଯୋଜନା ଯେପରି ତ୍ୱରାନ୍ୱିତ ହେବ ସେଥିପାଇଁ ଆବଶ୍ୟକ ଅର୍ଥ ଅନୁଦାନ ଯୋଗାଇଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *