#Uncategorized

ଓଲଟିଲା ପିଆଜ ବୋଝେଇ ଟ୍ରକ, ଲୋକଙ୍କ ଠାରୁ ପୁଲିସ ଜବତ କଲା ଲୁଟ ପିଆଜ 

ସମ୍ବଲପୁର : କିଛି ଦିନ ତଳେ ପିଆଜର ଦର ବୃଦ୍ଧି ଚର୍ଚ୍ଚାରେ ରହିଥିବା ବେଳେ ସଭିଁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଲୋକେ ଯେଉଁଠାରେ ସାମାନ୍ୟ ଶସ୍ତାରେ କିମ୍ବା ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ପିଆଜ ନେବାକୁ ମାଡ଼ ହେଉଥିଲେ। ଏଭଳି ଏକ ଘଟଣା ସମ୍ବଲପୁର ଜିଲାରେ ଶୁକ୍ରବାର ଦେଖିବାକୁ ମିଳିଛି। ସମ୍ବଲପୁରର ବୁର୍ଲା ପିସି ବ୍ରିଜ ନିକଟରେ ଏକ ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ  ସ୍ଥାନୀୟଲୋକେ ପିଆଜ ବୋହି ନେବାକୁ ଉଦ୍ୟମ ଆରମ୍ଭ କରୁଥିଲେ। ମାତ୍ର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଠାରୁ ଲୁଟ ପିଆଜକୁ ଜବତ କରିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଥିବା ସୂଚନା ମିଳିଛି।

Leave a comment

Your email address will not be published. Required fields are marked *