#Exclusive

ନୂଆ ରୂପ ନେବ ଆଖଣ୍ଡଳମଣି ପୀଠ, ଖର୍ଚ୍ଚ ହେବ ୬କୋଟି ଟଙ୍କା

ଆରଡି: ରାଜ୍ୟର ସର୍ବପୁରାତନ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧିଲାଭ କରିଥିବା ଆଖଣ୍ଡଳମଣିଙ୍କ ପୀଠର ହେବ ଉନ୍ନତିକରଣ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଏପରିକି କାର୍ଯ୍ୟକାରୀ ଜିଲା ପ୍ରଶାସନ ଓ ରାଜ୍ୟ ପ୍ରତ୍ନତ୍ତତ୍ତ୍ୱତ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ହେଲେ କରୋନା ମହାମାରୀ ପାଇଁ ଦୀର୍ଘ ୩ମାସ ହେବ ଉକ୍ତ କାର୍ଯ୍ୟ ବନ୍ଦ ରହିଥିଲା। ଏବେ କୋଭିଡ-୧୯ ପାଇଁ କଟକଣା ଜାରି ରହିଥିଲେ ମଧ୍ୟ ସମସ୍ତ ପର୍ଯ୍ୟଟନସ୍ଥଳର ଉନ୍ନିତମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କୋହଳ କରାଯାଇଥିବାରୁ ବୁଧବାର ଅପରାହ୍ଣରେ ରାଜ୍ୟ ପ୍ରତ୍ନତ୍ତ୍ୱତ ବିଭାଗର ଆରିକଟେକର ସଞିବ କୁମାର ଗୁରୁ, ଭଦ୍ରକ ଉପ-ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଜିଲା ଗୃହନିର୍ମାଣ ବିଭାଗର ଅଧିକାରୀ ଅମ୍ବିକା ସ୍ୱାଇଁ , ଚାନ୍ଦବାଲି ତହସିଲିଦାର ଶୁଶାନ୍ତ କୁମାର ସୁତାର, ଆରଡି ରାଜସ୍ୱ ନୀରିକ୍ଷକ ଦେବାଶିଷ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ଆରଡିପୀଠରେ ପହଁଚ କାର୍ଯ୍ୟକାରି ହେବାକୁ ଥିବା ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଥିଲେ।

Leave a comment

Your email address will not be published. Required fields are marked *