#Exclusive

ରାସ୍ତା କଡ଼ରେ ପରିବା ବେପାର । କୃଷକ ବଜାର ହୋଇ ପାରିଲାନି


ଆଠଗଡ଼ : (୧୪/୧୨/୧୯) : ପରିବା ବିକ୍ରିର ନୂଆ ଫର୍ମୁଲା ପରିଣତ ହୋଇଛି ରାସ୍ତାକଡ଼, କଞ୍ଚା ପରିବା ପାଇଁ ରାଜ୍ୟରେ ଆଠଗଡ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ସହର ବଜାର କୁ ଆଉ ଚାଷୀ ପରିବା ନେଇ ଆସୁନାହାନ୍ତି, କାରଣ ହେଲା ବଜାର ନିଲାମ ନେଉଥିବା ନିଲାମ ଧାରୀଙ୍କ ମନମାନି ସାଙ୍ଗକୁ ଅଧିକ ଟ୍ୟାକ୍ସ ଆଦାୟ, ବଜାର ମାନଙ୍କରେ ହାତପୁରେଇ ପରିବା ନେବା କାରଣରୁ ଚାଷୀ ହେଉ କି ବେପାରି ଆଉ ଆଠଗଡ ସହରର ଦୁର୍ଗାବଜାର, ବସଷ୍ଟାଣ୍ଡ ପ୍ରଭୁତି କୁ ଚାଷୀ ଆସିବାକୁ ପସନ୍ଦ କରୁନାହାନ୍ତି, ଅନ୍ୟ ପକ୍ଷରେ ଚାଷୀ ନିଜ ବିଲରେ କରିଥିବା ଚାସକୁ ରାସ୍ତା କଡରେ ବିକ୍ରି କରି ଭଲ ଲାଭ ମଧ୍ୟ ପାଇପାରୁଛି, ଯେଉଁଥି ପାଇଁ ପୁରୁଣା କଟକ ସମ୍ବଲପୁର ରାସ୍ତାର ପତଣ୍ଡା ଓ ନଡ଼ୁଆ ପଡା ଚାଷୀଙ୍କ ପ୍ରଥମ ପସନ୍ଦ ପାଲଟିଛି,ଯାହା ଦେଖିବାକୁ ମିଳିଛି ଖାଉଟି ଫ୍ରେଶ ପରିବା ପାଉଥିବା ବେଳେ ଚାଷୀ ମଧ୍ୟ ଭଲ ଅର୍ଥ ରୋଜଗାର କରି ପାରୁଛି, ଏସବୁ ମଧ୍ୟରେ ଜଦି ଆଠଗଡ ରେ ଶୀତଳ ଭଣ୍ଡାର ଥାଆନ୍ତା ତେବେ ଚାଷୀ ଅଧିକ ଲାଭବାନ ହୋଇପାରିଥାନ୍ତା । ଚାଷୀ ଆଠଗଡ଼ ବଜାର କୁ ପରିବା ଆଣି ଆସିଲା ପରେ କିଛି ଦଲାଲ୍ ଏଠାରେ ସେମାନଙ୍କୁ ଧମକ ଚମକ ଦେଇ କମ ଦାମ୍ ରେ ବିକ୍ରି କରିବାକୁ ବାଧ୍ୟ କରୁ ଥିବାରୁ ଚାଷୀ ବଜାରକୁ ପରିବା ଆଣିବା ଅପେକ୍ଷା ରାସ୍ତାକଡ଼ରେ ବାଟୋଇ ମାନଙ୍କୁ ବିକି ରୋଜଗାର କରିବାର ପନ୍ଥା ବାଛି ନେଇଛନ୍ତି । ଏଠିକା ପ୍ରଶାସନ ସବୁ ଜାଣି କିଛି ନଜାଣିଲା ପରି ରହି ଥିବାରୁ ନାଗରିକ ମାନେ ସିଧା ସଳଖ ପରିବା କିଣିବାରୁ ବଞ୍ଚିତ ହେବା ସହିତ ଅଧିକ ଦାମ୍ ଦେଇ ଦଲାଲ ମାନଙ୍କ ଠାରୁ ପରିବା କିଣୁଛନ୍ତି ।

Leave a comment

Your email address will not be published. Required fields are marked *