#Uncategorized

ଡିଜିଟାଲ ମାଧ୍ୟମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉ


ବରଗଡ଼: ବିଶ୍ଵ ବିଖ୍ୟାତ ବରଗଡ଼ ର ଧନୁଯାତ୍ରା ମହୋତ୍ସବକୁ ଡିଜିଟାଲ ମାଧ୍ୟମରେ କରିବାକୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦାବି କରିଛନ୍ତି। ଆଜି ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଡେପୁଟି କଲେକ୍ଟର ସୁମତୀ ଦାଶଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ଵ ପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ରେ ଆୟୋଜିତ ହେଉଥିବା ବରଗଡ଼ ଧନୁଯାତ୍ରା କୁ କୋଭିଡ ୧୯ ଯୋଗୁଁ ମହୋତ୍ସବ ସମିତି ଚଳିତ ବର୍ଷ ବାତିଲ କରିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ମଧ୍ୟ ଏହି ସାଂସ୍କୃତିକ ଭାବା ବେଗରେ ଜଡ଼ିତ ଯାତ୍ରା କୁ ସମ୍ପୁର୍ଣ୍ଣ ଭାବେ ବନ୍ଦ ନ କରି କୋଭିଡ ନିୟମ ପାଳନ କରି ଡିଜିଟାଲ ମାଧ୍ୟମରେ କରିବାକୁ ଦାବି କରିଛନ୍ତି।
ସେହିପରି ଧନୁଯାତ୍ରା ମହୋତ୍ସବ ରେ ସାମିଲ ଥିବା ଚାରି ଶହରୁ ଅଧିକ କଳାକାର କୋଭିଡ କଟକଣା ଯୋଗୁଁ ଆର୍ଥିକ ସଂକଟର ଗତି କରୁଥିବା ବେଳେ ଧନୁଯାତ୍ରା ବାତିଲ ଯୋଗୁଁ ତାଙ୍କୁ ପ୍ରତ୍ୟେକ୍ଷ ଭାବେ ଶକ୍ତ ଧକ୍କା ଲାଗିଛି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲ୍ଲାପାଳ ତଥା ମହୋତ୍ସବ ସମିତି ର ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଠାରେ ଦାବି କରିଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ କାର୍ଯ୍ଯକାରି କମିଟି ରେ ବିଚାର ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *